ଦେଶ ବିଦେଶ

Russia Supreme Court: ୟୁକ୍ରେନ ଯୁଦ୍ଧକୁ ବିରୋଧ କରୁଥିବା ଦଳ ନିର୍ବାଚନରୁ ବାଦ୍ ପଡ଼ିବ: ରୁଷ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ରୁଷର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ୟୁକ୍ରେନ ଉପରେ କ୍ରେମଲିନର ସାମରିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରୁଥିବା ଏକମାତ୍ର ଦଳ ୟାବ୍ଲୋକୋକୁ ଆସନ୍ତା ମାସରେ ହେବାକୁ ଥିବା ସଂସଦୀୟ ନିର୍ବାଚନ ପାଇଁ ବାଲଟ ପେପରରୁ ବାଦ୍ ଦିଆଯିବ।

ମସ୍କୋ: ରୁଷର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ୟୁକ୍ରେନ ଉପରେ କ୍ରେମଲିନର ସାମରିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରୁଥିବା ଏକମାତ୍ର ଦଳ ୟାବ୍ଲୋକୋକୁ ଆସନ୍ତା ମାସରେ ହେବାକୁ ଥିବା ସଂସଦୀୟ ନିର୍ବାଚନ ପାଇଁ ବାଲଟ ପେପରରୁ ବାଦ୍ ଦିଆଯିବ। କ୍ରେମଲିନ ସମର୍ଥକ ଦଳର ଆବେଦନ ପରେ ସୁପ୍ରିମକୋର୍ଟ ୟାବ୍ଲୋକୋର ପଞ୍ଜିକରଣକୁ ରଦ୍ଦ କରିଦେଇଛନ୍ତି। ଗତ ମାସରେ କେନ୍ଦ୍ରୀୟ ନିର୍ବାଚନ କମିସନ ୟାବ୍ଲୋକୋକୁ ଅନ୍ୟ ୧୦ଟି ଦଳ ସହିତ ଭୋଟ ତାଲିକାରେ ସାମିଲ ହେବାକୁ ଅନୁମତି ଦେଇଥିଲେ।

ଦେଶର ଗଣତନ୍ତ୍ର ଉପରେ ପ୍ରଶ୍ନ

ୟାବ୍ଲୋକୋ ଏକମାତ୍ର ପଞ୍ଜିକୃତ ବିରୋଧୀ ଦଳ ଥିଲା ଯିଏ ୟୁକ୍ରେନକୁ ସେନା ପଠାଇବାକୁ ବିରୋଧ କରିଥିଲା।ଦଳ ନିଜର ନିର୍ବାଚନୀ ସ୍ଲୋଗାନରେ, ଅସ୍ତ୍ରବିରତି ବୁଝାମଣା, କୂଟନୀତି ଏବଂ ଶାନ୍ତି, ‘ଆମର ଲକ୍ଷ୍ୟ ପରମାଣୁ ଯୁଦ୍ଧକୁ ରୋକିବା’ ଏବଂ ‘ଭୟ ଏବଂ ରାଜନୈତିକ ଦମନ ମୁକ୍ତ ରୁଷ’ ଆଦି ସାମିଲ ଥିଲା। ଉଦାରବାଦୀ ରାଜନେତା ଗ୍ରିଗୋରୀ ୟାଭଲିନସ୍କି ତଥା ୟାବ୍ଲୋକୋର ସହ-ପ୍ରତିଷ୍ଠା ଏବଂ ଦଳର ରାଜନୈତିକ କମିଟିର ଅଧ୍ୟକ୍ଷ କୋର୍ଟଙ୍କ ଏହି ରାୟକୁ ନିନ୍ଦା କରି ଏହା ବିରୋଧରେ ଆବେଦନ କରିବାକୁ କହିଛନ୍ତି। ସରକାରଙ୍କୁ ପ୍ରଶ୍ନ କରିବା ଦ୍ବାରା ଏଭଳି ଦଣ୍ଡ ମିଳିବାକୁ ନେଇ ସେ ଦେଶର ଗଣତନ୍ତ୍ର ଉପରେ ପ୍ରଶ୍ନ ଉଠାଇଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button