ଖେଳ

ଜାତୀୟ ଜଳକ୍ରୀଡ଼ା ଚମ୍ପିଆନ୍‌ସିପ୍‌ରେ ରାଜ୍ୟକୁ ସଫଳତା ; ଓଡ଼ିଶା ପୁଲିସ କ୍ରୀଡ଼ାବିତଙ୍କୁ ୨ଟି ସ୍ବର୍ଣ୍ଣ ସହ ୮ ପଦକ

କଟକ : ଭୋପାଳରେ ଅନୁଷ୍ଠିତ ହୋଇଥିବା ଅସ୍ମିତା ଜାତୀୟ ଜଳକ୍ରୀଡ଼ା ଚମ୍ପିଆନ୍‌ସିପ୍‌ରେ ଓଡ଼ିଶା ପୁଲିସକୁ ପ୍ରତିନିଧିତ୍ବ କରିଥିବା ପ୍ରତିଯୋଗୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଅଗଷ୍ଟ ୮ ଓ ୯ରେ ଅନୁଷ୍ଠିତ ହୋଇଥିବା ଏହି ଚମ୍ପିଆନ୍‌ସିପ୍‌ରେ ଓଡ଼ିଶା ପୁଲିସ କ୍ରୀଡ଼ାବିତ୍‌ ବିଭିନ୍ନ ବର୍ଗରେ ୨ଟି ସ୍ବର୍ଣ୍ଣ, ୫ଟି ରୌପ୍ୟ ଓ ୧ଟି କାଂସ୍ୟ ସହ ମୋଟ ୮ଟି ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ଉଲ୍ଲେଖନୀୟ ସଫଳତାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପଦକ ବିଜେତା କ୍ରୀଡ଼ାବିତ୍‌ଙ୍କୁ ଶୁଭେଚ୍ଛା ଜଣାଇବା ସହ ଖେଳାଳିଙ୍କ ଅସାଧାରଣ ପ୍ରତିବଦ୍ଧତା ଏବଂ କ୍ରୀଡା ଉତ୍କର୍ଷତା ପାଇଁ ପ୍ରଶଂସା କରିଛନ୍ତି। ଏହି ସଫଳତା ଯୁବ କ୍ରୀଡ଼ାବିତ୍‌ଙ୍କୁ ଜଳକ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷ ହାସଲ ପାଇଁ ପ୍ରେରଣା ଯୋଗାଇବ ବୋଲି ଡିଜିପି ଆଶାବ୍ୟକ୍ତ କରିଛନ୍ତି। ଓଡ଼ିଶା ପୁଲିସର ରଶ୍ମିତା ସାହୁ ୩ଟି ପଦକ ହାସଲ କରିଛନ୍ତି। ସେ କାନୋଇଂ ସିଙ୍ଗଲ୍‌ ୧୦୦୦ ମିଟରରେ ସ୍ବର୍ଣ୍ଣ ଏବଂ ୫୦୦ ମିଟର ଓ ୨୦୦ ମିଟରରେ ରୌପ୍ୟ ପଦକ ଜିତିଛନ୍ତି। ସଚିମା କେରକେଟା ମଧ୍ୟ ୩ଟି ପଦକ ହାସଲ କରିଛନ୍ତି। ସେ କାନୋଇଂ-୪ର ୨୦୦ ମିଟରରେ ସ୍ବର୍ଣ୍ଣ ଏବଂ ୫୦୦ ମିଟର ଓ ୧୦୦୦ ମିଟରରେ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ଫୁଲମଣି ଖାଖା କାୟାକିଂ-୨ର ୨୦୦ ମିଟରରେ ରୌପ୍ୟ ଏବଂ ସିଙ୍ଗଲ୍ ୧୦୦୦ ମିଟରରେ କାଂସ୍ୟ ପଦକ ହାସଲ କରିଛନ୍ତି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button