Boat capsizes: ବଡ଼ ଦୁର୍ଘଟଣା; ହ୍ରଦରେ ଓଲଟିଲା ଡ଼ଙ୍ଗା, ୧୫ ମୃତ, ୨୭ ଜଣଙ୍କର ମିଳୁନି ପତ୍ତା

ନୂଆଦିଲ୍ଲୀ,୧୨/୦୮; ଜିମ୍ବାୱେରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ଡଙ୍ଗା ଓଲଟି ପଡ଼ିଛି । ୯୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିଲା ବୋଟ୍ । ଭାରସାମ୍ୟ ହରାଇ କାରିବା ହ୍ରଦରେ ଓଲଟିପଡ଼ିଛି । ଡଙ୍ଗା ଓଲଟି ୧୫ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ଶିଶୁ ଏବଂ ମହିଳା ରହିଥିବା ଜଣାପଡିଛି । ଏବେ ବି ୨୭ ଜଣ ନିଖୋଜ ଅଛନ୍ତି । ରେସ୍କ୍ୟୁ ଟିମ୍ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।
ସୋସିଆଲ ମିଡିଆରେ ଜିମ୍ୱାୱେ ଦୁର୍ଘଟଣାର ଦୁଃଖଦ ଦୃଶ୍ୟ ଭାଇରାଲ ହେଉଛି । ମୃତଦେହ ଉଦ୍ଧାର କରାଯାଇଛି ଏବଂ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି । ଏଥି ସହିତ ଦୁର୍ଘଟଣାରେ ଫସି ରହିଥିବା ଅନ୍ୟ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହି ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ହ୍ରଦରେ ଡଙ୍ଗାଟି ସମ୍ପୂର୍ଣ୍ଣ ଓଲଟି ପଡ଼ିଛି। ଲୋକଙ୍କ ଜିନିଷପତ୍ର ଏବଂ ମହିଳା ଏବଂ ଶିଶୁଙ୍କ ମୃତଦେହ ପାଣିରେ ଭାସୁଛି । କାରିବା ହ୍ରଦ ରାଜଧାନୀ ହରାରେର ଉତ୍ତର-ପୂର୍ବରେ ୩୦୦ କିଲୋମିଟର (୧୮୫ ମାଇଲ) ଦୂରରେ ଜିମ୍ବାୱେ ଏବଂ ଜାମ୍ବିଆ ସୀମାରେ ରହିଛି । ଏହା ବିଶ୍ୱର ସର୍ବବୃହତ ହ୍ରଦ |
ସୌଜନ୍ୟ ପ୍ରମେୟ




