ରାଜ୍ୟ

Delhi Lal Quila blast: ଲାଲକିଲ୍ଲା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ଅଲ-କାଏଦା, UN ରିପୋର୍ଟରେ ବଡ଼ ଖୁଲାସା

NIA ମେ' ୨୦୨୬ରେ ଲାଲକିଲ୍ଲା ଅଞ୍ଚଳରେ ହୋଇଥିବା କାର୍ ବମ୍ ବିସ୍ଫୋରଣ ମାମଲାରେ ୧୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭,୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା । ଏଜେନ୍ସି ଅନୁଯାୟୀ, ସମସ୍ତ ଅଭିଯୁକ୍ତ ଅଲ-କାଏଦା ସହ ଜଡ଼ିତ ଅନସାର ଗଜୱତ-ଉଲ-ହିନ୍ଦ (AGuH) ର ମଡ୍ୟୁଲ୍ ସହ ସଂପୃକ୍ତ ଥିଲେ ।

ନୂଆଦିଲ୍ଲୀ, ୧୩।୮: ଦିଲ୍ଲୀର ଲାଲକିଲ୍ଲା ଅଞ୍ଚଳରେ ନଭେମ୍ବର ୨୦୨୫ର ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣକୁ ନେଇ ଜାତିସଂଘ (UN) ର ଏକ ନୂତନ ରିପୋର୍ଟରେ ଏକ ବଡ଼ ଖୁଲାସା ହୋଇଛି । ଜାତିସଂଘ ସୁରକ୍ଷା ପରିଷଦର ପ୍ରତିବନ୍ଧକ କମିଟିର ତାର୍କିକ ଦଳ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ରିପୋର୍ଟରେ ଅଲ-କାଏଦା ଇନ୍ ଇଣ୍ଡିଆନ୍ ସବ୍‌କଣ୍ଟିନେଣ୍ଟ୍ (AQIS) କୁ ଲାଲକିଲ୍ଲା ଆକ୍ରମଣ ପାଇଁ ଦାୟୀ ସଂଗଠନ ବୋଲି ଦର୍ଶାଯାଇଛି । ଏହି ରିପୋର୍ଟ ୧୬ ଡିସେମ୍ବର ୨୦୨୫ ରୁ ୯ ଜୁନ୍ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକଳାପ ଉପରେ ପର୍ଯ୍ୟବସିତ ଏବଂ ଅଗଷ୍ଟ ୨୦୧୬ରେ ସୁରକ୍ଷା ପରିଷଦ ସମ୍ମୁଖରେ ଉପସ୍ଥାପନ କରାଯାଇଛି । ଏହି ଆକ୍ରମଣରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା । ଭାରତରେ ଏହି ମାମଲାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) କରୁଛି ।

NIA ର ତଦନ୍ତ ଓ ଚାର୍ଜସିଟ୍:

NIA ମେ’ ୨୦୨୬ରେ ଲାଲକିଲ୍ଲା ଅଞ୍ଚଳରେ ହୋଇଥିବା କାର୍ ବମ୍ ବିସ୍ଫୋରଣ ମାମଲାରେ ୧୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭,୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା । ଏଜେନ୍ସି ଅନୁଯାୟୀ, ସମସ୍ତ ଅଭିଯୁକ୍ତ ଅଲ-କାଏଦା ସହ ଜଡ଼ିତ ଅନସାର ଗଜୱତ-ଉଲ-ହିନ୍ଦ (AGuH) ର ମଡ୍ୟୁଲ୍ ସହ ସଂପୃକ୍ତ ଥିଲେ । ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ଆତଙ୍କବାଦୀ ଆକ୍ରମଣର ଯୋଜନା କରୁଥିଲେ ଏବଂ ଏଥିପାଇଁ IED, ରକେଟ୍ ଆଧାରିତ ବିସ୍ଫୋରକ ଓ ଡ୍ରୋନ୍ ବ୍ୟବହାର କରିବାର ପ୍ରୟୋଗ ମଧ୍ୟ କରାଯାଇଥିଲା ।

ଛୋଟ ଛୋଟ ଗୋଷ୍ଠୀ ମାଧ୍ୟମରେ ନେଟୱାର୍କ ବଢ଼ାଉଛି ଅଲ-କାଏଦା:

ଜାତିସଂଘ ରିପୋର୍ଟରେ AQIS ର ପରିବର୍ତ୍ତିତ କାର୍ଯ୍ୟଶୈଳୀକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ, ସଂଗଠନ ବର୍ତ୍ତମାନ ବଡ଼ ଏବଂ ସହଜରେ ଚିହ୍ନ ହେଉଥିବା ଗୋଷ୍ଠୀ ପରିବର୍ତ୍ତେ ଛୋଟ ଛୋଟ ସେଲ୍ ଏବଂ ବିକ୍ଷିପ୍ତ ନେଟୱାର୍କ ମାଧ୍ୟମରେ ନିଜର କାର୍ଯ୍ୟକଳାପ ବୃଦ୍ଧି କରିବାକୁ ଚେଷ୍ଟା କରୁଛି । ଏହାସହ ସଂଗଠନ ନିଜର ଲଜିଷ୍ଟିକ୍ ଏବଂ ପାଣ୍ଠି ସଂଗ୍ରହ ନେଟୱାର୍କକୁ ମଧ୍ୟ ମଜବୁତ କରିବାରେ ଲାଗିଛି । ରିପୋର୍ଟରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ତଥା ଟିଟିପିର କାର୍ଯ୍ୟକଳାପକୁ ନେଇ ଚିନ୍ତା ପ୍ରକାଶ ପାଇଛି । ଆତଙ୍କବାଦୀମାନଙ୍କ ଦ୍ୱାରା AI ର ବର୍ଦ୍ଧିତ ବ୍ୟବହାରକୁ ନେଇ ମଧ୍ୟ ସୁରକ୍ଷା ପରିଷଦ ସତର୍କ କରାଇଛି । ଉଦାହରଣ ସ୍ୱରୂପ, ଲାଲକିଲ୍ଲା ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ଜସିର ବିଲାଲ ବାନୀ ରକେଟ୍ ଏବଂ ବିସ୍ଫୋରକ ପ୍ରସ୍ତୁତ କରିବା ପାଇଁ YouTube ଏବଂ ChatGPT ର ସହାୟତା ନେଇଥିବା ତଦନ୍ତରୁ ଜଣାପଡ଼ିଥିଲା ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button