ଜାତୀୟ

‘PM ମୋଦିଙ୍କୁ ରାତିରେ ସେ ପର୍ଯ୍ୟନ୍ତ ଶୋଇବାକୁ ଦେବୁନି, ଯେ ପର୍ଯ୍ୟନ୍ତ…’ ରାହୁଲ ଗାନ୍ଧୀଙ୍କ ତୀବ୍ର ଆକ୍ରମଣ

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଏହି ଲୋକମାନେ ଦେଶକୁ ଭିତରୁ ଦୁର୍ବଳ କରିଦେଇଛନ୍ତି। ଏହା ସହିତ ଭାରତର ବୈଦେଶିକ ନୀତିକୁ ମଧ୍ୟ ନଷ୍ଟ କରିଦେଇଛନ୍ତି। ସେମାନେ ଏସବୁ କେବଳ ନିଜର ରାଜନୈତିକ ଫାଇଦା ପାଇଁ କରିଛନ୍ତି।

ରାହୁଲ ଗାନ୍ଧୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହା ରାତିରେ ଶୋଇପାରୁନାହାନ୍ତି। ଯେପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହ ଇସ୍ତଫା ଦେଇନାହାନ୍ତି, ସେପର୍ଯ୍ୟନ୍ତ ସେମାନେ ରାତିରେ ଶାନ୍ତିରେ ଶୋଇପାରିବେ ନାହିଁ।

ରାହୁଲ ଗାନ୍ଧୀ କହିଛନ୍ତି, ଆମେ ଏବେ ସେମାନଙ୍କୁ ଶୋଇବାକୁ ମଧ୍ୟ ଦେବୁ ନାହିଁ। ଆମେ ସେମାନଙ୍କୁ ପୂରା ରାତି ଜାଗ୍ରତ ରଖିବୁ। ଯେପର୍ଯ୍ୟନ୍ତ ସେମାନେ ଏହା ନ କହିଛନ୍ତି ଯେ, ‘ଭାଇ, ଏହା ଆମ ଦ୍ୱାରା ହେବ ନାହିଁ। ଆମେ ଛାଡ଼ୁଛୁ ଏବଂ ଆପଣମାନେ ଆମକୁ ଛାଡ଼ିଦିଅନ୍ତୁ’, ସେପର୍ଯ୍ୟନ୍ତ ଆମେ ସେମାନଙ୍କୁ ଜାଗ୍ରତ ରଖିବୁ।

ଏହା ସହିତ ସେ କହିଛନ୍ତି ଯେ, ଆମେ ଆମ ଦେଶର ସଂସ୍କୃତି ପାଇଁ ଲଢ଼େଇ କରୁଛୁ। ଆମ ଦେଶ ଭଲପାଇବାର ଦେଶ, ଘୃଣା ଓ ହିଂସାର ନୁହେଁ। ସରକାର ଲୋକଙ୍କ କଥା ଶୁଣିବାକୁ ଚାହୁଁନାହିଁ। ଏହି ଲଢ଼େଇ ହେଉଛି ଆଦେଶ ଦେବା ଏବଂ ନିଜର କଥା ରଖିବା ମଧ୍ୟରେ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ସେ ପ୍ରେସ କନ୍ଫରେନ୍ସ କାହିଁକି କରୁନାହାନ୍ତି? ପୂର୍ବରୁ ମୁଁ ଭାବୁଥିଲି ଯେ, ହୁଏତ ଏହା କୌଣସି ରଣନୀତି ହୋଇପାରେ। କିନ୍ତୁ ଦିନେ ମୁଁ ତାଙ୍କ ସହ ଗୋଟିଏ କୋଠରୀରେ ବସିଥିଲି। ସେ ପାଞ୍ଚ ମିନିଟରୁ ଅଧିକ ସମୟ କଥା ହିଁ କହିପାରିଲେ ନାହିଁ। ସେତେବେଳେ ମୁଁ ବୁଝିଲି ଯେ ପ୍ରଧାନମନ୍ତ୍ରୀ ମୋଦି ପ୍ରେସ କନ୍ଫରେନ୍ସ କାହିଁକି କରୁନାହାନ୍ତି।

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button