ରାଜ୍ୟ

Village Road Protest କାଦୁଅ ରାସ୍ତାରେ ଧାନତଳି ରୋଇ ଡଙ୍ଗାପାଣି ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ମୟୂରଭଞ୍ଜ ଡଙ୍ଗାପାଣି ଗାଁରେ ପକ୍କା ରାସ୍ତା ଦାବିରେ ଅଭିନବ ପ୍ରତିବାଦ। କାଦୁଅ ଭରା ରାସ୍ତାରେ ଧାନତଳି ରୋଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ଗ୍ରାମବାସୀ।

ରାଇରଙ୍ଗପୁର: ସ୍ଵାଧୀନତାର ଆଠ ଦଶନ୍ଧି ପରେ ମଧ୍ୟ ମୟୂରଭଞ୍ଜର ଅନେକ ଗାଁକୁ ଯୋଗାଯୋଗ ହୋଇପାରିନାହିଁ। ଏଭଳି ପ୍ରାଶାସନିକ ଅବହେଳାର ଶିକାର ହୋଇଥିବା ଗାଁଗୁଡ଼ିକ ମଧ୍ୟରୁ ଗୁହାଳଡାଙ୍ଗୀ ପଞ୍ଚାୟତର ଡଙ୍ଗାପାଣି ଗାଁ ଅନ୍ୟତମ। ଅନେକ ହାରିଗୁହାରି ପରେ ମଧ୍ୟ ପ୍ରଶାସନ ନଶୁଣିବାରୁ ଆଜି ଗ୍ରାମବାସୀ ଅଭିନବ ପ୍ରତିବାଦ କରିଛନ୍ତି। ମାଟିକାଦୁଅ ଭରା କଚ୍ଚାରାସ୍ତାରେ ଧାନତଳି ରୋଇ ନିଜର ଅସନ୍ତୋଷ ପ୍ରଦର୍ଶନକରିଛନ୍ତି।

ଦୀର୍ଘ ୫ କିଲୋମିଟର କଚ୍ଚା ରାସ୍ତାରେ ଡଙ୍ଗାପାଣି ଗ୍ରାମର ଆଦିବାସୀଙ୍କ ଗମନାଗମନ । ଅନେକ ଦାବି ପରେ ମଧ୍ୟ କଂକ୍ରିଟ ପକ୍କା ରାସ୍ତା ନିର୍ମାଣ ହୋଇପାରିନାହିଁ।  ଗାଁକୁ ସଂଯୋଗ ହୋଇଥିବା ଏକମାତ୍ର କଚ୍ଚା ରାସ୍ତାରେ ପାଦରେ ଚାଲି ହେଉଛି ନା ସାଇକେଲ ଗଡୁଛି ନା ଆମ୍ବୁଲାନ୍ସ  ଆସୁଛି। ଫଳରେ ଗ୍ରାମବାସୀମାନେ ଅନେକ ହଇରାଣର ସାମ୍ନା କରୁଛନ୍ତି।
ଉକ୍ତ ଗ୍ରାମର ୭ ଟି ସାହିରେ ୪ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି। ମାଝୀସାହିଠାରୁ ବଡସାହି ୨ କିଲୋମିଟର, ମାଝୀ ସାହିରୁ ଗ୍ରାମ ଉନ୍ନୟନ ବିଭାଗର ରାସ୍ତା ସଣ୍ଡାଗୋଡା ସାହି ୧ କିଲୋମିଟର୍, ମାଝୀ ସାହିରୁ ସାହି ଠାରୁ ସାହିରୁ ଗ୍ରାମ ଉନ୍ନୟନ ରାସ୍ତା ୧ କିଲୋମିଟର, ସେହିପରି ଡଙ୍ଗାପାଣି ସ୍କୁଲ ଛକଠାରୁ ସୁରିଆଗୋଡା ରାସ୍ତା ୩ କି.ମି ରାସ୍ତାର ଅବସ୍ଥା କହିଲେନସରେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button