ରାଜ୍ୟ
Village Road Protest କାଦୁଅ ରାସ୍ତାରେ ଧାନତଳି ରୋଇ ଡଙ୍ଗାପାଣି ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
ମୟୂରଭଞ୍ଜ ଡଙ୍ଗାପାଣି ଗାଁରେ ପକ୍କା ରାସ୍ତା ଦାବିରେ ଅଭିନବ ପ୍ରତିବାଦ। କାଦୁଅ ଭରା ରାସ୍ତାରେ ଧାନତଳି ରୋଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ଗ୍ରାମବାସୀ।

ରାଇରଙ୍ଗପୁର: ସ୍ଵାଧୀନତାର ଆଠ ଦଶନ୍ଧି ପରେ ମଧ୍ୟ ମୟୂରଭଞ୍ଜର ଅନେକ ଗାଁକୁ ଯୋଗାଯୋଗ ହୋଇପାରିନାହିଁ। ଏଭଳି ପ୍ରାଶାସନିକ ଅବହେଳାର ଶିକାର ହୋଇଥିବା ଗାଁଗୁଡ଼ିକ ମଧ୍ୟରୁ ଗୁହାଳଡାଙ୍ଗୀ ପଞ୍ଚାୟତର ଡଙ୍ଗାପାଣି ଗାଁ ଅନ୍ୟତମ। ଅନେକ ହାରିଗୁହାରି ପରେ ମଧ୍ୟ ପ୍ରଶାସନ ନଶୁଣିବାରୁ ଆଜି ଗ୍ରାମବାସୀ ଅଭିନବ ପ୍ରତିବାଦ କରିଛନ୍ତି। ମାଟିକାଦୁଅ ଭରା କଚ୍ଚାରାସ୍ତାରେ ଧାନତଳି ରୋଇ ନିଜର ଅସନ୍ତୋଷ ପ୍ରଦର୍ଶନକରିଛନ୍ତି।
ସୌଜନ୍ୟ ସମ୍ବାଦ




