ରାଜ୍ୟ

Wall Collapses: ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ ଚୁଆପାଣି ଗ୍ରାପ ଛଣୁଆ ଗ୍ରାମ ବଡ଼ସାହିର ବୀରଭଦ୍ର ମହାନ୍ତ (୫୨) ଓ ତାଙ୍କ ସ୍ତ୍ରୀ ହେମଲତା ମହାନ୍ତ ଗତ ରାତିରେ ଖାଇପିଇ ଶୋଇଥିଲେ ।

ରାଇରଙ୍ଗପୁର/ବାଦାମପାହାଡ଼: ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର। ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଚୁଆପାଣି ଗ୍ରାପ ଛଣୁଆ ଗ୍ରାମ ବଡ଼ସାହିର ବୀରଭଦ୍ର ମହାନ୍ତ (୫୨) ଓ ତାଙ୍କ ସ୍ତ୍ରୀ ହେମଲତା ମହାନ୍ତ ଗତ ରାତିରେ ଖାଇପିଇ ଶୋଇଥିଲେ । ତେବେ ରାତି ପ୍ରାୟ ୩ଟା ସମୟରେ ପଡ଼ୋଶୀ ଘରର କାନ୍ଥ ଭୁଶୁଡ଼ିବା ପରେ ବୀରଭଦ୍ରଙ୍କ କାନ୍ଥ ଉପରେ ପଡ଼ିଯାଇଥିଲା । ଫଳରେ ଦୁଇଟି କାନ୍ଥ ଉଭୟ ଦମ୍ପତିଙ୍କ ଉପରେ ଜାକି ହୋଇଯାଇଥିଲା।

ଅପମୃତ୍ୟୁ ମାମଲା ରୁଜୁ

ଉଭୟଙ୍କୁ ଜେସିବି ସାହାଯ୍ୟରେ ଉଦ୍ଧାର କରି ବାଦାମପାହାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ହେମଲତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ବୀରଭଦ୍ରଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ବାଦାମପାହାଡ଼ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ତେବେ ଏଭଳି କାନ୍ଥ ବିଭିନ୍ନ ସ୍ଥାନରେ ଭୁଶୁଡ଼ିଥିବା ଅନୁମାନ କରାଯାଉଛି ।

ପଞ୍ଚାୟତର କପାସୁଦା ଗାଁରେ ଏକ ଘରର କାନ୍ଥ ପଡ଼ି ଆଈ ଓ ନାତିଙ୍କ ମୃତ୍ୟୁ ହୋଇଥିବା ବେଳେ ନାତୁଣୀ ଗୁରୁତର। ଘଟଣାଟି ସମଗ୍ର ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ବିବରଣୀ ରୁ ପ୍ରକାଶ ଯେ  ରାତିରେ କପାସୁଦା ଗାଁର ସ୍ବର୍ଗତ ନରେନ୍ଦ୍ର ଜେନାଙ୍କ ପତ୍ନୀ ରାଧିକା (୬୫), ନାତି ଜ୍ୟୋତି ପ୍ରକାଶ ସ୍ବାଇଁ(୧୮), ନାତୁଣି ସ୍ମୃତିରେଖା ସ୍ବାଇଁ (୧୮) ସୁବୁ ଦିନ ପରି ଘରର ଦୁଆରରେ ଶୋଇଥିଲେ। ତେବେ ରାତି ପାଖାପାଖି ସାଢେ ୯ଟା ସମୟରେ ତାଙ୍କ ପୌଡଶୀ ବଂଶୀଧର ଜେନା ଓ ଗଙ୍ଗାଧର ଜେନାଙ୍କ ଘରର କାନ୍ଥ ରାଧିକାଙ୍କ ଆଜବେଷ୍ଟସ ଛପର ଉପରେ ଭୁଶୁଡ଼ି ପଡ଼ିଥିଲା। ଫଳରେ ରାଧିକା ଓ ଜ୍ୟୋତି ପ୍ରକାଶ ଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ମୃତିରେଖା ଗୁରତର ହୋଇଛନ୍ତି। ଜ୍ୟୋତି ପ୍ରକାଶ ଓ ସ୍ମୃତିରେଖା ଉଭୟ ଯାଆଁଳା ଭାଇଭଉଣୀ ବୋଲି ଜଣା ପଡିଛି।

ସେହିପରି ସେହି ଘର ଭିତରେ ରାଧିକା ଙ୍କ ପୁତ୍ର ଉତ୍ତମ(୩୧),ପୁତ୍ରବଧୂ ଦେବୀରାଣୀ (୨୫), ଦୁଇ ନାତୁଣୀ ଅନନ୍ୟା (୫), ଆରୋଧ୍ୟା (୨ ମାସ) ମଧ୍ୟ ଶୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଉତ୍ତମ ଓ ଆରୋଧ୍ୟା ମଧ୍ୟ ଆହତ ହୋଇଛନ୍ତି। ଘରର ସମସ୍ତ ଆସବାବପତ୍ର କାନ୍ଥ ତଳେ ଚାପି ହୋଇ ନିଶ୍ଚିହ୍ନ ହୋଇଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button