ରାଜ୍ୟ

Bus Accident: ଓଲଟିଲା ଯାତ୍ରୀବାହୀ ବସ୍, ୩ ଯାତ୍ରୀ ଗୁରୁତର

ନୟାଗଡ଼ ବାଇପାସରେ ଭୋର ସମୟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦାରିଙ୍ଗବାଡ଼ିରୁ ଭୁବନେଶ୍ୱର ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ବାଇପାସ ରାସ୍ତାରେ ଓଲଟି ପଡ଼ିଥିଲା।

ନୟାଗଡ଼: ନୟାଗଡ଼ ବାଇପାସରେ ଭୋର ସମୟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦାରିଙ୍ଗବାଡ଼ିରୁ ଭୁବନେଶ୍ୱର ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ବାଇପାସ ରାସ୍ତାରେ ଓଲଟି ପଡ଼ିଥିଲା।

 କାଚ ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର

ଦୁର୍ଘଟଣା ସମୟରେ ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିବା ଜଣାପଡ଼ିଛି। ବସ୍‌ଟି ଓଲଟିବା ପରେ ଯାତ୍ରୀମାନେ ଭିତରେ ଫସି ରହିଥିଲେ। ପରେ ବସ୍‌ର ଆଗ କାଚ ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଦୁର୍ଘଟଣାରେ ୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତ ସମସ୍ତଙ୍କୁ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button