ରାଜ୍ୟ

Arrested: ରାୟଗଡ଼ା ପୁଲିସର ସଫଳତା: ଜବତ ହେଲା ୨୩୦ ଗ୍ରାମ ସୁନା ଓ ଟଙ୍କା, ୧୨ ଗିରଫ

ରାୟଗଡ଼ା ଜିଲ୍ଳାର ବିଭିନ୍ନ ଥାନାରେ ହୋଇଥିବା ଚୋରି ଘଟଣାରେ ପୁଲିସ ତଦନ୍ତ କରି ୧୨ ଜଣଙ୍କୁ ଗିରଫ କରିବା ସହ ୮୦ ଗ୍ରାମ ସୁନା, ୫୮୧ ଗ୍ରାମ ରୂପା ଏବଂ ଟଙ୍କା ଜବତ କରିଛି I ଏହା ସହ ଅଭିଯୁକ୍ତଙ୍କ ଠାରୁ ୧୨ ମୋବାଇଲ ଏବଂ ଚୋରି ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଛି I

ରାୟଗଡ଼ା: କିଛି ମାସ ହେଲା ଜିଲ୍ଲାରେ ବୃଦ୍ଧି ପାଇଥିବା ଚୋରି ଘଟଣାରେ ରାୟଗଡ଼ା ଜିଲ୍ଲା ପୁଲିସକୁ ମିଳିଛି ସାମୟିକ ଆଶ୍ବସ୍ତି I ଜିଲ୍ଳାର ବିଭିନ୍ନ ଥାନାରେ ହୋଇଥିବା ଚୋରି ଘଟଣାରେ ପୁଲିସ ତଦନ୍ତ କରି  ୧୨ ଜଣଙ୍କୁ ଗିରଫ କରିବା ସହ ୮୦ଗ୍ରାମ ସୁନା, ୫୮୧ଗ୍ରାମ ରୂପା ଏବଂ ଟଙ୍କା ଜବତ କରିଛି I ଏହା ସହ ଅଭିଯୁକ୍ତଙ୍କ ଠାରୁ ୧୨ ମୋବାଇଲ ଏବଂ ଚୋରି ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଛି I

ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ ପି ରାଜ ପ୍ରସାଦ ସୂଚନା ପ୍ରଦାନ କହିଛନ୍ତି ଅଭିଯୁକ୍ତମାନେ ତାଲା ବନ୍ଦ ଥିବା ଘର, ଘର ମାଲିକ ଏବଂ ସେମାନଙ୍କ ଯାନବାହନ ଓ ସମ୍ପତ୍ତିକୁ ଆକଳନ କରି ଟାର୍ଗେଟ କରି ଚୋରି କରୁଥିଲେ I ଚୋରି ସୁନାକୁ ବିକ୍ରି କରିବାରେ ଅସୁବିଧା ହେଉଥିବା ଯୋଗୁଁ ଅଭିନବ ଉପାୟ ବାହାର କରି  ବିଭିନ୍ନ ବ୍ୟାଙ୍କରେ ସୁନା ବନ୍ଧକ ରଖି ଟଙ୍କା ଦେଉଥିବା ବ୍ୟାଙ୍କରେ ସୁନା ଦେଇ ଟଙ୍କା ୠଣ ଆକାରରେ ନେଉଥିଲେ I
ରାୟଗଡ଼ା ଜିଲ୍ଲାରେ ଦୀର୍ଘଦିନ ଧରି ଚାଲିଥିବା ସିରିଜ୍ ଚୋରି ଓ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିବାରେ ରାୟଗଡ଼ା ପୁଲିସ।  ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ୍‌ର ୧୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ନିକଟରୁ ଦାମୀ କାର୍, ବାଇକ୍, ସୁନା-ରୂପା ଅଳଙ୍କାର, ମୋବାଇଲ୍ ଫୋନ୍ ସମେତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି।
ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ରାଜ ପ୍ରସାଦ ଏହି ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସମୟରେ ରାୟଗଡ଼ା, କାଶୀପୁର, ଟିକିରି, ଚାନ୍ଦିଲି, ଗୁଣୁପୁର ସମେତ ବିଭିନ୍ନ ଥାନାର ଅଧିକାରୀ ଏବଂ ରାୟଗଡ଼ା, ଗୁଣପୁର ଓ ବିଷମକଟକ ଏସ୍‌ଡିପିଓ ଉପସ୍ଥିତ ଥିଲେ।
ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଇଣ୍ଟେଲିଜେନ୍ସ, ସାଇବର ୟୁନିଟ୍ ଓ ସ୍ପେଶାଲ୍ ରେଡ୍ ଟିମ୍‌କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଗତ ଜୁଲାଇ ୨୫ ତାରିଖରେ ରାମନାଗୁଡ଼ା ଥାନା ଅଞ୍ଚଳରୁ ୩.୫ ଭରି ସୁନା ଚୋରି ଏବଂ ଅଗଷ୍ଟ ୧ ତାରିଖରେ ଦୋରାଗୁଡ଼ା ଥାନା ଅଞ୍ଚଳରୁ ପ୍ରାୟ ୩.୫ ଭରି ସୁନା ଗହଣା ଚୋରି ଘଟଣାକୁ ଗୁରୁତ୍ୱର ସହ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ବୈଷୟିକ ଜ୍ଞାନକୌଶଳ ଓ ଗୁଇନ୍ଦା ସୂଚନାକୁ ଆଧାର କରି ତଦନ୍ତ ଆଗକୁ ବଢ଼ାଇବା ପରେ ପୁଲିସ ଗ୍ୟାଙ୍ଗ୍‌ର ସଦସ୍ୟମାନଙ୍କ ନିକଟରେ ପହଞ୍ଚିଥିଲା।

ପୁଲିସର ସୂଚନା ଅନୁଯାୟୀ, ଗ୍ୟାଙ୍ଗ୍‌ର ସଦସ୍ୟମାନେ ଯୋଜନାବଦ୍ଧ ଭାବେ ଚୋରି କରୁଥିଲେ। ପ୍ରଥମେ ସେମାନେ ନିଛାଟିଆ କିମ୍ବା ତାଲା ପଡ଼ିଥିବା ଘର, ଲୋକଙ୍କ ଗତିବିଧି, ସିସିଟିଭି ଓ ଗାଡ଼ି ସମ୍ପର୍କରେ ରେକି କରି ତଥ୍ୟ ସଂଗ୍ରହ କରୁଥିଲେ। ପରେ ଯୋଜନା ଅନୁଯାୟୀ ତାଲା ଭାଙ୍ଗି ଚୋରି ଓ ଲୁଟ୍ କରୁଥିଲେ।
ଚୋରି କରାଯାଇଥିବା ସୁନା ଅଳଙ୍କାରକୁ ଚିହ୍ନଟ ନହେବା ପାଇଁ ଗ୍ୟାଙ୍ଗ୍‌ରେ ଥିବା କାରିଗରଙ୍କ ସହାୟତାରେ ତରଳାଇ ନୂଆ ରୂପ ଦିଆଯାଉଥିଲା। ପରେ ସେହି ସୁନାକୁ ଗୋଲ୍ଡ ଲୋନ୍ ସଂସ୍ଥାରେ ବନ୍ଧକ ରଖିବା ସହ କମ୍ ଦାମରେ ବିକ୍ରି କରି ଟଙ୍କା ହାସଲ କରୁଥିଲେ।
ପୁଲିସ ଚଢ଼ାଉ ବେଳେ ଗୋଟିଏ ମାରୁତି ସୁଜୁକି ଏର୍ଟିଗା କାର୍ ନମ୍ବର OD 02F 9009, ଗୋଟିଏ ଶେଭ୍ରୋଲେଟ୍ କାର୍ ନମ୍ବର WB 06G 8865, ଗୋଟିଏ ବୋଲେରୋ ନିଓ କାର୍ ନମ୍ବର OD 18N 1297 ଏବଂ ଗୋଟିଏ ରୟାଲ୍ ଏନଫିଲ୍ଡ ବୁଲେଟ୍ ମୋଟରସାଇକେଲ୍ ଜବତ କରିଛି।
ସେହିପରି ପ୍ରାୟ ୮୦ ଗ୍ରାମ ସୁନା, ୫୮୧ ଗ୍ରାମ ରୂପା, ୩୪.୭୫ ଗ୍ରାମ ତରଳା ସୁନା ଏବଂ ଫାଇନାନ୍ସ ସଂସ୍ଥାରେ ବନ୍ଧକ ଥିବା ପ୍ରାୟ ୧୨୫.୭୬ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଛି। ଏଥିସହ ୧୨ଟି ମୋବାଇଲ୍ ଫୋନ୍, ତାଲା ଭାଙ୍ଗିବାରେ ବ୍ୟବହୃତ ଶାବଳ ଓ ସ୍କ୍ରୁ-ଡ୍ରାଇଭର୍, ସୁନା ତରଳାଇବା ପାଇଁ ବ୍ୟବହୃତ ଗ୍ୟାସ୍ ସିଲିଣ୍ଡର ଓ ଅନ୍ୟାନ୍ୟ ସରଞ୍ଜାମ ସହ ଗୋଟିଏ ସୁନା ଓଜନ ମେସିନ୍ ମଧ୍ୟ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତମାନଙ୍କ ନାମ

ଗିରଫ ୧୨ ଜଣଙ୍କ ମଧ୍ୟରେ ଦଶମନ୍ତ ନାୟକ (୨୭), ବିଷ୍ଣୁ ହରପାଲ (୨୯), ପ୍ରଶାନ୍ତ ଝୋଡ଼ିଆ (୩୦), ଦୈତାରୀ ନାୟକ (୩୦), ବିପିନ ନାୟକ (୩୦), ନରହରି ନାୟକ (୨୪), ବାବୁଲା ନାୟକ (୩୭), ବସନ୍ତରା କାର୍ତ୍ତିକ (୨୯), ଅଜୁ ଓରଫ ଦିଲ୍ଲୀପ ପଲାଇ (୩୯), ଶିବ ଶଙ୍କର ନାୟକ (୨୪), ବସନ୍ତ ବେନିଆ (୨୩) ଏବଂ ମଙ୍ଗୁଳୁ ନାଗ (୨୫) ରହିଛନ୍ତି।

ପୁଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ରାୟଗଡ଼ା, କାଶୀପୁର, ଚାନ୍ଦିଲି, ମୁନିଗୁଡ଼ା, ବିଷମକଟକ, ଗୁଣୁପୁର, କୋରାପୁଟ ଓ ନବରଙ୍ଗପୁର ଆଦି ବିଭିନ୍ନ ଥାନାରେ ୧୫ରୁ ଊର୍ଦ୍ଧ୍ୱ ସଙ୍ଗୀନ ମାମଲା ରହିଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ରାୟଗଡା ଏସଡିପିଓ ଗୌରହରି ସାହୁ, ଗୁଣପୁର ଏସଡିପିଓ ବାବୁଲି ନାୟକ, ରାୟଗଡା ଆଇଆଇସି କେଶବ ଷଡ଼ଙ୍ଗୀ,ଟିକିରି ଆଇଆଇସି ପ୍ରଶାନ୍ତ ସ୍ୱାଇଁ, ଗୁଣପୁର ଆଇଆଇସି କେକେବିକେ କଁହର ,ଅଣ୍ଡ୍ରାକଞ୍ଚ ଆଇଆଇସି ଶିବଜି ପଣ୍ଡା,  ଦୋରାଗୁଡା ଆଇଆଇସି ନୀଳକଣ୍ଠ ବେହେରା, ଚାନ୍ଦିଲି ଆଇଆଇସି ଉତ୍ତମ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button