ରାଶିଫଳ

Horoscope 2026 August 19: ଜାଣନ୍ତୁ ଆଜିର ରାଶିଫଳ…

ଜୀବନକୁ ଭଲ ଢଙ୍ଗରେ ଜିଇଁବାର ପ୍ରୟାସ କରିବେ। ଆପଣଙ୍କର ସମସ୍ତ ଚେଷ୍ଟା ସଫଳ ହେବ। ଭାଗ୍ୟର ଦ୍ବାର ଖୋଲିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ନମ୍ବର ପାଇବେ। ପ୍ରେମ ସମ୍ବନ୍ଧରେ ନୂତନତ୍ବ ଆସିବ।ଆପଣ ସଂପୂର୍ଣ୍ଣରୂପେ ସୁସ୍ଥ ରହିବେ।

ମେଷ: ଜୀବନକୁ ଭଲ ଢଙ୍ଗରେ ଜିଇଁବାର ପ୍ରୟାସ କରିବେ। ଆପଣଙ୍କର ସମସ୍ତ ଚେଷ୍ଟା ସଫଳ ହେବ। ଭାଗ୍ୟର ଦ୍ବାର ଖୋଲିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ନମ୍ବର ପାଇବେ। ପ୍ରେମ ସମ୍ବନ୍ଧରେ ନୂତନତ୍ବ ଆସିବ।

ବୃଷ: ଆପଣ ସଂପୂର୍ଣ୍ଣରୂପେ ସୁସ୍ଥ ରହିବେ। ରାଜନୀତିଜ୍ଞ ସମାରୋହ ପାଇଁ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ଶିକ୍ଷକ ଛାତ୍ରଛାତ୍ରୀଙ୍କର ସନ୍ଦେହ ଦୂର କରିବେ। ପ୍ରେମ ଜୀବନ ଭଲ ହେବ।

ମିଥୁନ: ଅଫିସରେ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ଆପଣଙ୍କର ସୋସିଆଲ ମିଡିଆରେ ବନ୍ଧୁ ସଂଖ୍ୟା ବଢ଼ିବେ। ଆଇନ୍‌ ଛାତ୍ରଛାତ୍ରୀଙ୍କର ନୂଆ ପାଠ୍ୟକ୍ରମରେ ଯଥେଷ୍ଟ ଉତ୍ସାହ ଆସିବ।

କର୍କଟ: ଆପଣଙ୍କର କୌଣସି କାମରେ ପ୍ରଶଂସା ହେବ। କଠିନ କାମରେ ଆପଣ ହାର ମାନିବେନି। ପ୍ରତିଯୋଗିତାମୂଳକ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ନୂତନତ୍ବ ଆସିବ।

ସିଂହ: ଅଧ୍ୟାପକଙ୍କ ଲାଗି ଦିନଟି ଲାଭଦାୟକ ରହିବ। ବ୍ୟବସାୟ ଡିଲରେ ସ୍ବାକ୍ଷର କରିବେ। ପାଖ ଲୋକଙ୍କ ସାହାଯ୍ୟ ପାଇବେ। ବାପାମାଆ ପିଲାମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ ଚିନ୍ତା କରିବେ। ଘରକୁ କୁଣିଆ ଆସିବେ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବାର ଯୋଜନା ସଫଳ ହେବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। କୌଣସି ଖୁସି ଖବର ପାଇବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ଆସିବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଶୁଭ।

ତୁଳା: କାରବାରରେ ଭାବିଚିନ୍ତି ଆଗକୁ ବଢ଼ିବା ଆପଣଙ୍କ ଲାଗି ଉଚିତ ରହିବ। ଆୟ ବ୍ୟୟର ସମନ୍ବୟ ରହିବ। ଭାବିଥିବା କାମରେ ସଫଳତା ପାଇବେ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ଉପହାର ଦେଇପାରନ୍ତି।

ବିଛା: ଧର୍ମକାର୍ଯ୍ୟ ଆଡ଼କୁ ମନ ଢ଼ଳିବ। କାହାରି ଠାରୁ ଧାର ନେଇଥିଲେ ପରି‌ଶୋଧ କରି ଦିଅନ୍ତୁ। ବୈବାହିକ ଜୀବନରେ ସୁଖ ଓ ସନ୍ତୋଷ ବୃଦ୍ଧି ହେବ। ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ।

ଧନୁ: ସାମାଜିକ କ୍ଷେତ୍ରରେ କାମ କରୁଥିବା ଲୋକ ସମ୍ମାନିତ ହେବେ। ବସ୍ତ୍ର ବ୍ୟବସାୟୀଙ୍କ କାମରେ ଅନୁକୂଳତା ରହିବ। ପ୍ରେମୀଯୁଗଳ ନିଜର ଭ୍ରାନ୍ତ ଧାରଣା ଦୂର କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ମକର: ବ୍ୟବସାୟୀଙ୍କ ଲାଗି ଦିନଟି ଫଳପ୍ରଦ। ପରିବାର ଲୋକଙ୍କ ସହିତ ମେଳ ବଜାୟ ରଖନ୍ତୁ। ପାଠପଢ଼ାରେ ନିଜର ଦାୟିତ୍ବକୁ ଭଲଭାବେ ବୁଝିବେ। ସ୍ବାସ୍ଥ୍ୟ ପ୍ରତି ସଚେତ ଓ ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।

କୁମ୍ଭ: କୌଣସି କାମ କରିବା ପାଇଁ ଉତ୍ସୁକତା ବଢ଼ିବ। ଅଫିସରେ କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ। ସରକାରୀ ଚାକିରିଆଙ୍କର ପଦୋନ୍ନତି ହୋଇପାରେ। ପ୍ରିୟବନ୍ଧୁ ସହ କଥା ହୋଇ ଭଲ ଲାଗିବ।

ମୀନ: ଅଫିସ କାମରେ ବ୍ୟସ୍ତ ରହିବେ। ଭ୍ରମଣର ବିଚାର ଆପଣଙ୍କୁ ଅସ୍ଥିର କରିପାରେ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। କୌଣସି ବଡ଼ ଯୋଜନା ଆରମ୍ଭ କରିପାରନ୍ତି। ସୁଷମ ଖାଦ୍ୟ ଭୋଜନ କରନ୍ତୁ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button