ଜାତୀୟ

ମୋଦି ସରକାରଙ୍କ ବଡ଼ ଘୋଷଣା: ଏବେ କେମିତି ମିଳିବ ନୂଆ PNG କନେକ୍ସନ? ଜାଣନ୍ତୁ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୯।୮: ମଧ୍ୟପ୍ରାଚ୍ୟ ସଙ୍କଟ ଏବଂ LPGର ଅଭାବ ମଧ୍ୟରେ ମୋଦି ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏବେ ସରକାରଙ୍କ ସମ୍ପୂର୍ଣ୍ଣ ଧ୍ୟାନ ଘରେ ଘରେ ପାଇପ ଯୋଗେ ଗ୍ୟାସ (PNG Connection) ପହଞ୍ଚାଇବା ଉପରେ ରହିଛି। ଏହାଦ୍ୱାରା ଲୋକଙ୍କୁ ସିଲିଣ୍ଡର ରିଫିଲ କରିବା ପାଇଁ ଲାଇନରେ ଛିଡ଼ା ହେବା ଏବଂ ଗ୍ୟାସ ଅଭାବରୁ ମୁକ୍ତି ମିଳିପାରିବ।

ସରକାର APM Incentive Scheme ଆରମ୍ଭ କରିଛନ୍ତି। ଏହି ଯୋଜନା ଅନୁସାରେ ଯେଉଁ ସିଟି ଗ୍ୟାସ କମ୍ପାନୀଗୁଡ଼ିକ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ନୂଆ PNG କନେକ୍ସନ ଦେବେ, ସେମାନଙ୍କୁ ପ୍ରତ୍ୟେକ ନୂଆ ବିଲ ହେଉଥିବା କନେକ୍ସନ ପାଇଁ ୨୦୦ SCM (Standard Cubic Metre) କମ ଦାମର ଘରୋଇ APM ଗ୍ୟାସର ଅତିରିକ୍ତ ଆବଣ୍ଟନ ମିଳିବ।
ଏହାଦ୍ୱାରା କମ୍ପାନୀଗୁଡ଼ିକର ଖର୍ଚ୍ଚ କମିବ ଏବଂ ସେମାନେ ଦ୍ରୁତ ଗତିରେ ନୂଆ PNG କନେକ୍ସନ ଦେଇପାରିବେ। ଶସ୍ତା APM ଗ୍ୟାସ ମିଳିବା ଫଳରେ କମ୍ପାନୀଗୁଡ଼ିକର ଖର୍ଚ୍ଚ ଫେରସ୍ତ ହେବାର ସମୟ ବା Payback Period ୧୦ ବର୍ଷରୁ କମି ମାତ୍ର ୩ ବର୍ଷ ହୋଇଯିବ। ଅର୍ଥାତ୍‌ ଗ୍ୟାସ କମ୍ପାନୀଗୁଡ଼ିକ ଏବେ ଆପଣଙ୍କ ଅଞ୍ଚଳରେ ଗ୍ୟାସ ନେଟୱର୍କ ବିଛାଇବା ଏବଂ ନୂଆ କନେକ୍ସନ ଦେବାରେ ବିଳମ୍ବ କରିବେ ନାହିଁ। ଅଲଗା ଅଲଗା ସରକାରୀ କାର୍ଯ୍ୟାଳୟର ଚକ୍କର କାଟିବାର ଝଞ୍ଜଟ ମଧ୍ୟ ଶେଷ ହେବ। ସରକାର ଏକ ଏକୀକୃତ PNG ରେଜିଷ୍ଟ୍ରେଶନ ପୋର୍ଟାଲ ଆଣିବାକୁ ଯାଉଛନ୍ତି। ଏହି ସିଙ୍ଗଲ ୱିଣ୍ଡୋ ସିଷ୍ଟମ ମାଧ୍ୟମରେ ଆପଣ ଘରେ ବସି ନୂଆ PNG କନେକ୍ସନ ପାଇଁ ଆବେଦନ କରିପାରିବେ ଏବଂ ନିଜ ଆବେଦନର ଲାଇଭ ଷ୍ଟାଟସ (Track Status) ମଧ୍ୟ ଦେଖିପାରିବେ। ସିଲିଣ୍ଡର ଶେଷ ହୋଇଯିବାର ଭୟ ମଧ୍ୟ ଅନେକ ମାତ୍ରାରେ କମିଯିବ। PNG କେବଳ LPG ତୁଳନାରେ ଶସ୍ତା ନୁହେଁ, ଏହାକୁ ଅତ୍ୟନ୍ତ ସୁରକ୍ଷିତ ଇନ୍ଧନ ଭାବେ ମଧ୍ୟ ଦେଖାଯାଏ। ୨୪ ଘଣ୍ଟା ନିରନ୍ତର ଗ୍ୟାସ ଯୋଗାଣ ମିଳିବା ଫଳରେ ଆଗାମୀ ପର୍ବପର୍ବାଣୀ ସମୟରେ ରୋଷେଇ ଘରର ବଜେଟ ଓ ମନୋଭାବଦୁଇଟି ମଧ୍ୟ ଭଲ ରହିବ।

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button