ରାଜ୍ୟ

Neredi Barrage Project: ନେରେଡି ବ୍ୟାରେଜ୍‌ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ: ସାରାରେ ଗ୍ରାମବାସୀଙ୍କ ପ୍ରତିବାଦ ସଭା, ଯୁଗ୍ମ ଯାଞ୍ଚ କମିଟିର ଗସ୍ତ ବାତିଲ

ନେରେଡି ବ୍ୟାରେଜ୍‌ ପ୍ରକଳ୍ପ ପାଇଁ କାଶୀନଗର ତହସିଲ ଅଞ୍ଚଳରୁ ୧୦୬ ଏକର ଜମି ଅଧିଗ୍ରହଣକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏହାକୁ ନେଇ ଆଜି କାଶୀନଗର ବ୍ଲକ୍‌ ଅନ୍ତର୍ଗତ ସାରା ଅଞ୍ଚଳରେ ଶତାଧିକ ଗ୍ରାମବାସୀଙ୍କୁ ନେଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି।

ପାରଳାଖେମୁଣ୍ଡି: ନେରେଡି ବ୍ୟାରେଜ୍‌ ପ୍ରକଳ୍ପ ପାଇଁ କାଶୀନଗର ତହସିଲ ଅଞ୍ଚଳରୁ ୧୦୬ ଏକର ଜମି ଅଧିଗ୍ରହଣକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏହାକୁ ନେଇ ଆଜି କାଶୀନଗର ବ୍ଲକ୍‌ ଅନ୍ତର୍ଗତ ସାରା ଅଞ୍ଚଳରେ ଶତାଧିକ ଗ୍ରାମବାସୀଙ୍କୁ ନେଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ନେରେଡି ପ୍ରକଳ୍ପ ପାଇଁ ଜମି ହସ୍ତାନ୍ତର ପୂର୍ବରୁ ପ୍ରଭାବିତ ଗ୍ରାମବାସୀ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ସରକାର ଆଲୋଚନା କରନ୍ତୁ ବୋଲି ସଭାରେ ଦାବି ହୋଇଛି। ଜମି ଅଧିଗ୍ରହଣ ପ୍ରକ୍ରିୟା ଅନୁଧ୍ୟାନ ପାଇଁ ଆଜି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଅଧିକାରୀଙ୍କୁ ନେଇ ଗଠିତ ଯୁଗ୍ମ ଯାଞ୍ଚ କମିଟି ନେରେଡି ପ୍ରକଳ୍ପ ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ତେବେ ସ୍ଥାନୀୟ ଲୋକଙ୍କ ପ୍ରତିବାଦ ଓ ବିରୋଧକୁ ଦୃଷ୍ଟିରେ ରଖି ଏହି ଗସ୍ତକୁ ବାତିଲ କରାଯାଇଛି। ପରବର୍ତ୍ତୀ ସମୟରେ ତାରିଖ ଧାର୍ଯ୍ୟ ହୋଇ ଯୁଗ୍ମ ଯାଞ୍ଚ କମିଟି ଅଞ୍ଚଳ ପରିଦର୍ଶନ କରିବ ବୋଲି ଜଣାପଡ଼ିଛି।

ଯୁଗ୍ମ ଯାଞ୍ଚ କମିଟିର ଗସ୍ତ ବାତିଲ
ପୁଣି ତାରିଖ ଧାର୍ଯ୍ୟ ପରେ ହେବ ଯାଞ୍ଚ

ନିଜ ଭିଟାମାଟି, ଚାଷଜମି ଓ ଜୀବିକା ହରାଇବାର ଆଶଙ୍କା ଥିବା ଲୋକମାନେ ପ୍ରଥମେ ସେମାନଙ୍କ ସହ ଆଲୋଚନା କରିବାକୁ ଦାବି କରିଥିଲେ। ବିଭିନ୍ନ ସଂଗଠନର ପ୍ରତିନିଧିମାନେ ମଧ୍ୟ ଗ୍ରାମବାସୀଙ୍କ ଦାବିକୁ ସମର୍ଥନ କରିବା ସହ ପ୍ରଭାବିତ ଲୋକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବାକୁ ମତ ରଖିଥିଲେ। ସଭାରେ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି ରାଓ, କାଶୀନଗର ବ୍ଲକ୍‌ ଅଧ୍ୟକ୍ଷା ବି. ସାଇଆମା, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଭରତ ଭୂଷଣ ମହାନ୍ତି, ଜିଲ୍ଲା କୃଷକ ସଂଘ ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକ, ବିନୋଦ ଜେନା, ଭଗବତ ପାଢ଼ୀ, ମିଟୁ ମିଶ୍ର, ରଘୁରାମ ସାହୁଙ୍କ ସମେତ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଓ ପ୍ରଭାବିତ ହେବାକୁ ଥିବା ଗ୍ରାମର ଶତାଧିକ ଲୋକ ଉପସ୍ଥିତ ଥିଲେ। ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲଙ୍କ ରାୟ ଅନୁଯାୟୀ ନେରେଡି ବ୍ୟାରେଜ୍‌ ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କୁ ନିଜ ଅଞ୍ଚଳରୁ ୧୦୬ ଏକର ଜମି ଅଧିଗ୍ରହଣ କରି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର କରିବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button