ରାଜ୍ୟ
High Court order: କାର୍ଯ୍ୟକାରୀ ହେଉନି ହାଇକୋର୍ଟଙ୍କ ନିର୍ଦ୍ଦେଶ: ପରିବହନ ସଚିବ, କମିସନରଙ୍କୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ
ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଏସ୍ଏଲ୍ପି ଖାରଜ ହେବା ପରେ ମଧ୍ୟ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଉ ନାହିଁ। ଯେତେବେଳେ ଅଦାଲତ ଅବମାନନା ଆବେଦନର ଶୁଣାଣି କରାଯାଉଛି...

କଟକ: ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଏସ୍ଏଲ୍ପି ଖାରଜ ହେବା ପରେ ମଧ୍ୟ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଉ ନାହିଁ। ଯେତେବେଳେ ଅଦାଲତ ଅବମାନନା ଆବେଦନର ଶୁଣାଣି କରାଯାଉଛି, ସେତେବେଳେ ଉକ୍ତ ଆଦେଶ ପାଳନ କରିବା ପାଇଁ କିଛି ସମୟ ପ୍ରଦାନ କରିବାକୁ ସ୍ୱାଭାବିକ ଶୈଳୀରେ ସରକାରଙ୍କ ତରଫରୁ ପ୍ରାର୍ଥନା କରାଯାଉଛି। ଏଭଳି ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। କୋର୍ଟ ନିରବ ଦର୍ଶକ ସାଜି ପାରିବେ ନାହିଁ ଓ ସରକାରୀ ଅଧିକାରୀଙ୍କ ଇସାରାରେ କାମ କରିପାରିବେ ନାହିଁ ବୋଲି ହାଇକୋର୍ଟ କହିବା ସହିତ ଆଦେଶ କାର୍ଯ୍ୟକାରିତାରେ ସରକାରୀ ଅଧିକାରୀଙ୍କ ନିଷ୍କ୍ରିୟତା ବା ଅବହେଳାପୂର୍ଣ୍ଣ ମନୋଭାବ ମଧ୍ୟ ଅଦାଲତ ଅବମାନନାମୂଳକ କାର୍ଯ୍ୟ ବୋଲି ସ୍ପଷ୍ଟ କରିଛନ୍ତି।
ସୌଜନ୍ୟ ସମ୍ବାଦ




