ରାଜ୍ୟ

Mad Dog Menace ପାଗଳ କୁକୁର ଆତଙ୍କରେ ଥରହର ଚନ୍ଦାହାଣ୍ଡି: ୨ ଗୁରୁତର, ୧୦ଜଣ ଆହତ, ଗାଇବଳଦ କ୍ଷତାକ୍ତ

ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକରେ ପାଗଳ କୁକୁର ଆକ୍ରମଣରେ ୧୦ ଜଣ ଆହତ ହୋଇଛନ୍ତି। ଶିଶୁ ସମେତ ୨ ଜଣ ଗୁରୁତର ଥିବା ବେଳେ ଗୋଟିଏ ବଳଦ ମଧ୍ୟ ଆହତ ହୋଇଛି।

ଚନ୍ଦାହାଣ୍ଡି (ମହମ୍ମଦ ହୁସେନ ):ନବରଙ୍ଗପୁରଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ପାଗଳ କୁକୁର ଆକ୍ରମଣରେ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଶିଶୁ ସମେତ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପାଗଳାକୁକୁର କାମୁଡ଼ାରେ ଗୋଟିଏ ବଳଦ ମଧ୍ୟ ଆହତ ହୋଇଛି।

ମିଳିଥିବା ସୂଚନାନୁସାରେ,  ପାଗଳ କୁକୁର କାମୁଡ଼ାରେ ଆହତଙ୍କ ମଧ୍ୟରେ, ଖପରାଡ଼ିହି ଗ୍ରାମର ତୁକାରାମ ବଡ଼କିଆ(୫୫),  ଧୋଡ଼ିପାଣି ପଞ୍ଚାୟତ ଅଧୀନ ପଲସାପଡ଼ା ଗ୍ରାମର ରାଧେଶ୍ୟାମ ଚଣ୍ଡି(୨୭), ଦଳବେଡା ପଞ୍ଚାୟତ ଅଧୀନ ଅଣ୍ଟିପଡ଼ା ଗ୍ରାମର ଅଧୀରାଜ ମାଝୀ(୨୯), ବନାମହୁଲ ଗ୍ରାମର ହେମନ୍ତ ମାଝୀ(୬), କଛାରପଡ଼ା ଗ୍ରାମର ଚରଣ ମାଝୀ(୩୫), ଗଣେଶ୍ୱର ମାଝୀ(୨୩), ମଜିଦ ମାଝୀ(୩୦), ଭୋଦେବ ରାଉତ(୨୫), କଛାରପଡ଼ା ଗ୍ରାମର ଚମରେନ ମାଝୀ(୪୦), ପ୍ରଫୁଲ୍ଲ ମାଝୀ(୬୦)। ଚମରେନ ଓ ପ୍ରଫୁଲ୍ଲ, ଦୁଇ ମହିଳା ମାନସିକ ବିକାର ଗ୍ରସ୍ତ ଥିବା ଜଣାପଡିଛି। ଏହା ବ୍ୟତୀତ କଛାରପଡ଼ା ଗ୍ରାମର ଭୁବନେଶ୍ୱର ମାଝୀଙ୍କ ବଳଦକୁ ମଧ୍ୟ କୁକୁର କାମୁଡି ଆହତ କରିଛି।
ବନାମହୁଲ ଗ୍ରାମର ୬ ବର୍ଷର ଶିଶୁ ହେମନ୍ତ ମାଝି ଏବଂ କଛାରପଡା ଗ୍ରାମର ଭୋଦେବ ରାଉତ ଗୁରୁତର ଆହତ ହୋଇଛନ୍ତି। ହେମନ୍ତ ସ୍କୁଲ ଯାଉଥିବା ସମୟରେ ପାଗଳ କୁକୁର ଆକ୍ରମଣ କରିଥିଲା। ଆକ୍ରମଣରେ ହେମନ୍ତଙ୍କ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ  ହେବା ସହ ପ୍ରଚୁର ରକ୍ତସ୍ରାବ ହୋଇଛି l ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭବାନୀପାଟଣା ହସ୍ପିଟାଲକୁ ଗୁରୁତର ଅବସ୍ଥାରେ ସ୍ଥାନାନ୍ତର କରାଯାଇଛି। ସେହିଭଳି ଭୋଦେବ ରାଉତଙ୍କ ମୁଁହରେ ଗଭୀର କ୍ଷତ ହୋଇ ଗୁରୁତର ହୋଇଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button