ରାଜ୍ୟ
Mad Dog Menace ପାଗଳ କୁକୁର ଆତଙ୍କରେ ଥରହର ଚନ୍ଦାହାଣ୍ଡି: ୨ ଗୁରୁତର, ୧୦ଜଣ ଆହତ, ଗାଇବଳଦ କ୍ଷତାକ୍ତ
ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକରେ ପାଗଳ କୁକୁର ଆକ୍ରମଣରେ ୧୦ ଜଣ ଆହତ ହୋଇଛନ୍ତି। ଶିଶୁ ସମେତ ୨ ଜଣ ଗୁରୁତର ଥିବା ବେଳେ ଗୋଟିଏ ବଳଦ ମଧ୍ୟ ଆହତ ହୋଇଛି।

ଚନ୍ଦାହାଣ୍ଡି (ମହମ୍ମଦ ହୁସେନ ):ନବରଙ୍ଗପୁରଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ପାଗଳ କୁକୁର ଆକ୍ରମଣରେ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଶିଶୁ ସମେତ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପାଗଳାକୁକୁର କାମୁଡ଼ାରେ ଗୋଟିଏ ବଳଦ ମଧ୍ୟ ଆହତ ହୋଇଛି।
ବନାମହୁଲ ଗ୍ରାମର ୬ ବର୍ଷର ଶିଶୁ ହେମନ୍ତ ମାଝି ଏବଂ କଛାରପଡା ଗ୍ରାମର ଭୋଦେବ ରାଉତ ଗୁରୁତର ଆହତ ହୋଇଛନ୍ତି। ହେମନ୍ତ ସ୍କୁଲ ଯାଉଥିବା ସମୟରେ ପାଗଳ କୁକୁର ଆକ୍ରମଣ କରିଥିଲା। ଆକ୍ରମଣରେ ହେମନ୍ତଙ୍କ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ ହେବା ସହ ପ୍ରଚୁର ରକ୍ତସ୍ରାବ ହୋଇଛି l ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭବାନୀପାଟଣା ହସ୍ପିଟାଲକୁ ଗୁରୁତର ଅବସ୍ଥାରେ ସ୍ଥାନାନ୍ତର କରାଯାଇଛି। ସେହିଭଳି ଭୋଦେବ ରାଉତଙ୍କ ମୁଁହରେ ଗଭୀର କ୍ଷତ ହୋଇ ଗୁରୁତର ହୋଇଛନ୍ତି।
ସୌଜନ୍ୟ ସମ୍ବାଦ




