ରାଜ୍ୟ

Wooden box jewelry: କାଠବାକ୍ସ ଅଳଙ୍କାର ଗଣତି ନେଇ ପ୍ରସ୍ତୁତି: ୭ଘଣ୍ଟା ୨୫ ମିନିଟ୍‌ ଗଣତି

ଆଜି ୧୬ତମ ଦିନରେ ୭ଘଣ୍ଟା ୨୫ ମିନିଟ୍‌ ଧରି ଭିତର ରତ୍ନଭଣ୍ଡାର ଗଣତି ମଣତି ହୋଇଛି। ହୀରା, ନୀଳା, ମୋତି ଓ ମାଣିକ୍ୟ ପ୍ରଭୃତି ରତ୍ନ ଥିବାରୁ ଗୋଟିଏ ଗୋଟିଏ ଅଳଙ୍କାର ତାଲିକାଭୁକ୍ତ କରିବାକୁ ଅଧଘଣ୍ଟାଏରୁ ଘଣ୍ଟାଏ ପର୍ଯ୍ୟନ୍ତ ଲାଗିଥିଲା।

ପୁରୀ: ଆଜି ୧୬ତମ ଦିନରେ ୭ଘଣ୍ଟା ୨୫ ମିନିଟ୍‌ ଧରି ଭିତର ରତ୍ନଭଣ୍ଡାର ଗଣତି ମଣତି ହୋଇଛି। ହୀରା, ନୀଳା, ମୋତି ଓ ମାଣିକ୍ୟ ପ୍ରଭୃତି ରତ୍ନ ଥିବାରୁ ଗୋଟିଏ ଗୋଟିଏ ଅଳଙ୍କାର ତାଲିକାଭୁକ୍ତ କରିବାକୁ ଅଧଘଣ୍ଟାଏରୁ ଘଣ୍ଟାଏ ପର୍ଯ୍ୟନ୍ତ ଲାଗିଥିଲା। ଆଜି ହୋଇଥିବା ଗଣତି ୧୯୭୮ ମସିହା ତାଲିକା ସହ ପୂର୍ଣ୍ଣ ମେଳକ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଆସନ୍ତାକାଲି ପୁଣି ଥରେ ସକାଳ ଧୂପ ପରେ ଗଣତି ହେବ। ସେପ୍ଟେମ୍ବର ମାସ ନୀତି ବହୁଳ ହୋଇଥିବାରୁ ଏହା ପରେ ପୁଣି କେବେ ଗଣତି ହେବ ସେନେଇ ପରବର୍ତ୍ତୀ ସମୟରେ ଅବଗତ କରାଯିବ ବୋଲି ସେ କହିଛନ୍ତି।

ଆଜି ସକାଳ ଧୂପ ପରେ ୧୧ଟା ୩୦ ମିନିଟ୍‌ରେ ସ୍ବତନ୍ତ୍ର ଦଳ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ। ଠିକ୍‌ ୬ଟା ୫୫ ମିନିଟ୍‌ରେ ଗଣତି ଶେଷ ହୋଇଥିଲା। ଭିତରେ ଥିବା ୬ଟି ଆଲମାରିରୁ ଏବେ ପଞ୍ଚମ ଆଲମାରି ଖୋଲା ହୋଇଛି। ବୈଜ୍ଞାନିକ ଦୃଷ୍ଟିକୋଣରୁ ଫଟୋଗ୍ରାଫି, ଭିଡିଓଗ୍ରାଫି, ଥ୍ରିଡି ମ୍ୟାପିଂ ସହ କାଟଲଗ୍‌ ପ୍ରସ୍ତୁତ କରାଯାଉଛି। ରତ୍ନ ବିଶାରଦଙ୍କ ଦ୍ବାରା ରତ୍ନପଥରଗୁଡ଼ିକ ଚିହ୍ନଟ ହେଉଥିବାରୁ ପ୍ରକ୍ରିୟା ବିଳମ୍ବିତ ହେଉଛି। ବ୍ୟବସ୍ଥାବଳୀ ଆଧାରରେ ସମ୍ପୂର୍ଣ୍ଣ ନିର୍ଭୁଲ୍ ଭାବରେ ପ୍ରକ୍ରିୟା ଜାରି ରହିଛି। ତେବେ ଏହା ଭିତରେ ତିନିଟି କାଠବାକ୍ସରେ ରତ୍ନ ରହିଛି। ଏହାକୁ ଗଣତି କରିବା ପାଇଁ ସରକାର ଏକ ଅତିରିକ୍ତ ଏସ୍‌ଓପିକୁ ସ୍ବୀକୃତି ପ୍ରଦାନ କରିଛନ୍ତି। କାଠବାକ୍ସକୁ ଖୋଲି ଅଳଙ୍କାର ଗଣତି କରିବା ଭିତର ରତ୍ନଭଣ୍ଡାର ମଧ୍ୟରେ ସମ୍ଭବ ହେବନାହିଁ। ଏଣୁ ଏହାକୁ ଖଟଶେଯ ଘରେ ଗଣତି କରିବାକୁ ସରକାରୀ ମଞ୍ଜୁରି ମିଳିଛି। ଆଜି ଏହି କାଠବାକ୍ସର ମାପ ନିଆଯାଇଛି। ଏଥିରୁ ରତ୍ନ ଗଣତି ସରିଲେ ନୂଆ ବାକ୍ସରେ ରତ୍ନ ରଖାଯିବ।
ଏହି ପ୍ରକ୍ରିୟାରେ ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ଡ. ବିଶ୍ବନାଥ ରଥ, ଅଧିକୃତ ସେବକ, ଛତିଶା ନିଯୋଗ ନାୟକ, ତଢ଼ଉକରଣ, ଦେଉଳକରଣ, ଭଣ୍ଡାର ମେକାପ ସେବକ, ପରିଚାଳନା କମିଟି ସଦସ୍ୟ ଓ ଅଧିକୃତ ବ୍ୟକ୍ତିବିଶେଷ ସମର୍ପଣ ଭାବ ନେଇ ସହଯୋଗ କରୁଛନ୍ତି। ୧୯୭୮ ତାଲିକା ସହିତ ପୂର୍ଣ୍ଣମାତ୍ରାରେ ମେଳକ ହେଉଛି। ଗଣତି ସରିବା ପର୍ଯ୍ୟନ୍ତ ଭକ୍ତମାନଙ୍କ ଭିତରକାଠ ଦର୍ଶନ ବନ୍ଦ ରହୁଛି ବୋଲି କହିଛନ୍ତି ଡ. ପାଢ଼ୀ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button