ରାଜ୍ୟ
Wooden box jewelry: କାଠବାକ୍ସ ଅଳଙ୍କାର ଗଣତି ନେଇ ପ୍ରସ୍ତୁତି: ୭ଘଣ୍ଟା ୨୫ ମିନିଟ୍ ଗଣତି
ଆଜି ୧୬ତମ ଦିନରେ ୭ଘଣ୍ଟା ୨୫ ମିନିଟ୍ ଧରି ଭିତର ରତ୍ନଭଣ୍ଡାର ଗଣତି ମଣତି ହୋଇଛି। ହୀରା, ନୀଳା, ମୋତି ଓ ମାଣିକ୍ୟ ପ୍ରଭୃତି ରତ୍ନ ଥିବାରୁ ଗୋଟିଏ ଗୋଟିଏ ଅଳଙ୍କାର ତାଲିକାଭୁକ୍ତ କରିବାକୁ ଅଧଘଣ୍ଟାଏରୁ ଘଣ୍ଟାଏ ପର୍ଯ୍ୟନ୍ତ ଲାଗିଥିଲା।

ପୁରୀ: ଆଜି ୧୬ତମ ଦିନରେ ୭ଘଣ୍ଟା ୨୫ ମିନିଟ୍ ଧରି ଭିତର ରତ୍ନଭଣ୍ଡାର ଗଣତି ମଣତି ହୋଇଛି। ହୀରା, ନୀଳା, ମୋତି ଓ ମାଣିକ୍ୟ ପ୍ରଭୃତି ରତ୍ନ ଥିବାରୁ ଗୋଟିଏ ଗୋଟିଏ ଅଳଙ୍କାର ତାଲିକାଭୁକ୍ତ କରିବାକୁ ଅଧଘଣ୍ଟାଏରୁ ଘଣ୍ଟାଏ ପର୍ଯ୍ୟନ୍ତ ଲାଗିଥିଲା। ଆଜି ହୋଇଥିବା ଗଣତି ୧୯୭୮ ମସିହା ତାଲିକା ସହ ପୂର୍ଣ୍ଣ ମେଳକ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଆସନ୍ତାକାଲି ପୁଣି ଥରେ ସକାଳ ଧୂପ ପରେ ଗଣତି ହେବ। ସେପ୍ଟେମ୍ବର ମାସ ନୀତି ବହୁଳ ହୋଇଥିବାରୁ ଏହା ପରେ ପୁଣି କେବେ ଗଣତି ହେବ ସେନେଇ ପରବର୍ତ୍ତୀ ସମୟରେ ଅବଗତ କରାଯିବ ବୋଲି ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ




