ଦେଶ ବିଦେଶ

Shaurya Chakra: ୨୨ ବର୍ଷ ବିତିଗଲା, ସହିଦଙ୍କ ପରିବାରକୁ ମିଳିଥିବା‌ ପ୍ରତିଶ୍ରୁତି ପୂରଣ ହେଲାନି

ମଣିପୁରରେ ଆତଙ୍କବାଦୀଙ୍କ ସହ ଲଢ଼ି ସହିଦ ହେବାର ଦୀର୍ଘ ୨୨ ବର୍ଷ ପରେ ବି ‌ଶୌର୍ଯ୍ୟଚକ୍ର ପୁରସ୍କାର ପାଇଥିବା ସହିଦ ଯବାନ ବିବେକ ସାକ୍ସେନାଙ୍କ ପରିବାରକୁ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି। ଏଥିପାଇଁ ସହିଦ ଯବାନଙ୍କ ମା’ ସାବିତ୍ରୀ ସାକ୍ସେନା ପୁରସ୍କାର ଫେରାଇବା...

ଲକ୍ଷ୍ନୌ: ମଣିପୁରରେ ଆତଙ୍କବାଦୀଙ୍କ ସହ ଲଢ଼ି ସହିଦ ହେବାର ଦୀର୍ଘ ୨୨ ବର୍ଷ ପରେ ବି ‌ଶୌର୍ଯ୍ୟଚକ୍ର ପୁରସ୍କାର ପାଇଥିବା ସହିଦ ଯବାନ ବିବେକ ସାକ୍ସେନାଙ୍କ ପରିବାରକୁ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି। ଏଥିପାଇଁ ସହିଦ ଯବାନଙ୍କ ମା’ ସାବିତ୍ରୀ ସାକ୍ସେନା ପୁରସ୍କାର ଫେରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସାବିତ୍ରୀ କହିଛନ୍ତି, ଦେଶ ପାଇଁ ଲଢ଼ି ମୋ ପୁଅ ପ୍ରାଣ ହରାଇବା ପରେ ଆମକୁ ଜମି ସମେତ ଅନ୍ୟ ସୁବିଧା ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ବର୍ଷ ବର୍ଷ ଧରି ସେ ଏହି ସୁବିଧା ପାଇବା ପାଇଁ କେବଳ ସରକାରୀ ଅଫିସ୍‌ ଦୌଡ଼ିଛନ୍ତି। ପୂରା ବୟସ ଶେଷ ହୋଇଗଲା। କିନ୍ତୁ ଫଳ ଶୂନ।

୮୦ ବର୍ଷୀୟା ସାବିତ୍ରୀ କହିଛନ୍ତି, ପରିବାରକୁ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି। ଲକ୍ଷ୍ନୌରେ ଏକ ଜନଶୁଣାଣି କାର୍ଯ୍ୟକ୍ରମରେ ସାବିତ୍ରୀ ଏହି ଅଭିଯୋଗ ଉଠାଇଥିଲେ। ସେ କହିଥିଲେ ସରକାର ପ୍ରତିଶ୍ରୁତି ପୂରଣ କରନ୍ତୁ ନଚେତ୍ ତାଙ୍କ ପୁଅ ନାଁରେ ଯେଉଁ ସମ୍ମାନ ମିଳିଛି ତାକୁ ଫେରାଇ ନିଅନ୍ତୁ।

ଉଲ୍ଲେଖଯୋଗ୍ୟ, ବିବେକ ହେଉଛନ୍ତି ଜଣେ ପୂର୍ବତନ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ। ୨୦୦୩ ଜାନୁଆରି ୮ ତାରିଖରେ ଆତଙ୍କବାଦୀଙ୍କ ସହ ଲଢ଼ି ତାଙ୍କର ମୃତ୍ୟୁ ହୋଇଥିଲା। ବିବେକଙ୍କ ବୀରତ୍ବ ପାଇଁ ତାଙ୍କୁ ଶୌର୍ଯ୍ୟ ଚକ୍ର ଏବଂ ପ‌ରେ ରାଷ୍ଟ୍ରପତିଙ୍କ ପୁଲିସ ମେଡାଲ ମିଳିଥିଲା। ବିବେକଙ୍କ ଭାଇ ରଞ୍ଜିତ କହିଛନ୍ତି, ସରକାର ତାଙ୍କ ପରିବାରକୁ ଏକ ଜମି ଏବଂ ବିବେକଙ୍କ ସ୍ମୃତିରେ ଏକ ସ୍ମାରକୀ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୨ ଦଶନ୍ଧି ବିତି ପରେ ବି ଏହି ପ୍ରତିଶ୍ରୁୂତି ପୂରଣ ହୋଇନି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button