ରାଜ୍ୟ
Healthcare: ସ୍ବାସ୍ଥ୍ୟସେବାର ଉଦ୍ବେଗଜନକ ଚିତ୍ର: ମାସକରେ ଆଖିବୁଜିଲେ ୬ ଗର୍ଭବତୀ
ବଲାଙ୍ଗୀର ଜିଲ୍ଲାରେ ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ଯଥେଷ୍ଟ ଉନ୍ନତି ଘଟିଛି ବୋଲି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଉଲ୍ଲେଖ କରାଯାଉଛି। ଅଶି ଦଶକ ଓ ଚଳିତ ଦଶନ୍ଧିର ବଲାଙ୍ଗୀର ମଧ୍ୟରେ ଆକାଶ-ପାତାଳ ତଫାତ୍ ଥିବା ସ୍ବାସ୍ଥ୍ୟ ବିଭାଗ କହୁଛି।

ବଲାଙ୍ଗୀର (ଅଞ୍ଜନ କୁମାର ପ୍ରଧାନ): ବଲାଙ୍ଗୀର ଜିଲ୍ଲାରେ ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ଯଥେଷ୍ଟ ଉନ୍ନତି ଘଟିଛି ବୋଲି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଉଲ୍ଲେଖ କରାଯାଉଛି। ଅଶି ଦଶକ ଓ ଚଳିତ ଦଶନ୍ଧିର ବଲାଙ୍ଗୀର ମଧ୍ୟରେ ଆକାଶ-ପାତାଳ ତଫାତ୍ ଥିବା ସ୍ବାସ୍ଥ୍ୟ ବିଭାଗ କହୁଛି। ଏହି ଅବଧି ଭିତରେ ଚକଚକିଆ ଏବଂ ବହୁତଳ ଡାକ୍ତରଖାନା ମୁଣ୍ଡ ଟେକିଛି। ବଲାଙ୍ଗୀରରେ ଭୀମ ଭୋଇ ମେଡିକାଲ୍ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ହୋଇସାରିଛି। କିନ୍ତୁ ଜିଲ୍ଲାର ପୁରୁଣା ସମସ୍ୟାରେ ଅଙ୍କୁଶ ଲାଗିନାହିଁ। କିଛି ବର୍ଷର ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ପ୍ରସୂତି ମୃତ୍ୟୁହାର ଉଦ୍ବେଗଜନକ ରହିଛି। ଯାହା ରାଜ୍ୟ ହାରଠୁ ବି ଟପିଯିବ। ତଥ୍ୟ ଅନୁସାରେ, ଜିଲ୍ଲାରେ ଗତ ୩୦ ଦିନରେ ୬ଜଣ ପ୍ରସୂତି ଆଖି ବୁଜିଲେଣି। ତାହା ପୁୁଣି ଡାକ୍ତରଖାନାରେ।
ସୌଜନ୍ୟ ସମ୍ବାଦ




