ମହାନଗର

Fraud: ମ୍ୟୁଲ୍ ଆକାଉଣ୍ଟ ରୢାକେଟ୍‌ର ପର୍ଦ୍ଦାଫାସ୍, ବନ୍ଧାହେଲେ ୩: ପୂର୍ବରୁ ମାଷ୍ଟରମାଇଣ୍ଡକୁ ବାନ୍ଧିଛି ଦିଲ୍ଲୀ ପୁଲିସ

ଦିଲ୍ଲୀ, ମୁମ୍ବାଇ, କୋଲକାତା ଭଳି ମେଟ୍ରୋ ସିଟିରେ ବସି ସାଇବର୍‌ ଲୁଟ୍‌ କରୁଥିବା ଏକ ବଡ଼ ସିଣ୍ଡିକେଟ୍‌ର ଶାଖା ତଥା ମ୍ୟୁଲ୍‌ ଆକାଉଣ୍ଟ୍‌ ରୢାକେଟ୍‌କୁ ରାଜଧାନୀରୁ ଠାବ କରିଛି ଭୁବନେଶ୍ବର ସାଇବର ପୁଲିସ।

ଭୁବନେଶ୍ବର: ଦିଲ୍ଲୀ, ମୁମ୍ବାଇ, କୋଲକାତା ଭଳି ମେଟ୍ରୋ ସିଟିରେ ବସି ସାଇବର୍‌ ଲୁଟ୍‌ କରୁଥିବା ଏକ ବଡ଼ ସିଣ୍ଡିକେଟ୍‌ର ଶାଖା ତଥା ମ୍ୟୁଲ୍‌ ଆକାଉଣ୍ଟ୍‌ ରୢାକେଟ୍‌କୁ ରାଜଧାନୀରୁ ଠାବ କରିଛି ଭୁବନେଶ୍ବର ସାଇବର ପୁଲିସ। ନକଲି ସଂସ୍ଥା ବା କମ୍ପାନି ଖୋଲିବା ସହ ମ୍ୟୁଲ୍‌ ଆକାଉଣ୍ଟ ଜରିଆରେ କୁଖ୍ୟାତ ସାଇବର ଲୁଟେରା କୃଷ୍ଣଚନ୍ଦ୍ର ବେହେରାର ୩ ସହଯୋଗୀଙ୍କୁ ସାଇବର ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ଖଣ୍ଡଗିରି ଜାଗମରାରେ ରହୁଥିବା ଜଗତସିଂହପୁର ତିର୍ତ୍ତୋଲର ଜିତେନ୍ଦ୍ର କୁମାର ଖୁଣ୍ଟିଆ, କଟକ ସିଡିଏରେ ରହୁଥିବା ରାଜେଶ ଜେନା ଓ ନୀଳାଦ୍ରିବିହାରରେ ରହୁଥିବା କେନ୍ଦ୍ରାପଡ଼ା ପାଟକୁରାର ପୁରୁଷୋତ୍ତମ ବେହେରା। ଜିତେନ୍ଦ୍ର ଏକ ବ୍ୟାଙ୍କର କର୍ମଚାରୀ ଥିବା ବେଳେ ୯ମ ପଢ଼ିଥିବା ପୁରୁଷୋତ୍ତମ ଗାଡ଼ିଚାଳକ ଓ ଷଷ୍ଠ ପଢ଼ିଥିବା ରାଜେଶ ଜଣେ ରଙ୍ଗମିସ୍ତ୍ରି ଥିଲା। କିନ୍ତୁ ସେମାନଙ୍କୁ କିଙ୍ଗ୍‌ପିନ୍‌ କୃଷ୍ଣ ଏକ ନକଲି ସଂସ୍ଥାର ଯୁଗ୍ମ ନିର୍ଦ୍ଦେଶକ ସଜାଇଥିଲା। ସେମାନଙ୍କଠାରୁ ୩ଟି ମୋବାଇଲ୍ ଫୋନ୍, ୧୦ଟି ଡେବିଟ୍ କାର୍ଡ, ୯ଟି କ୍ରେଡିଟ୍ କାର୍ଡ, ୨ଟି ଚେକ୍‌ବୁକ୍‌, ପାସବୁକ୍, ଆଧାରକାର୍ଡ ଓ କମ୍ପାନି ରେଜିଷ୍ଟ୍ରେସନ୍ ପାଇଁ ଉଦ୍ଦିଷ୍ଟ କାଗଜପତ୍ର ଜବତ କରାଯାଇଛି। ପୂର୍ବରୁ ଦିଲ୍ଲୀ ସାଇବର ପୁଲିସ ମୋରାଦାବାଦରୁ ମାଷ୍ଟରମାଇଣ୍ଡ କୃଷ୍ଣ ବେହେରାକୁ ଗିରଫ କରିସାରିଛି। ଭୁବନେଶ୍ବର ସାଇବର ପୁଲିସ ଏସିପି ଶୁଚିସ୍ମିତା ଦାଶ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ରୢାକେଟ୍‌ ବାବଦରେ ବିବରଣୀ ଦେଇଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button