ଜୀବନଚର୍ଯ୍ୟା

ଷ୍ଟ୍ର ବଦଳାଇଲେ ବି ବିପଦ ଟଳିନି ! କାଗଜ ଷ୍ଟ୍ରରେ ମିଳିଲା ‘ଫରେଭର କେମିକାଲ’

ନୂଆଦିଲ୍ଲୀ, ୯।୯: ପରିବେଶକୁ ସୁରକ୍ଷା ଦେବା ପାଇଁ ଆଜିକାଲି ଲୋକେ ପ୍ଲାଷ୍ଟିକ ଷ୍ଟ୍ର ବଦଳରେ କାଗଜ ଷ୍ଟ୍ରକୁ ଆପଣାଉଛନ୍ତି । କାଫେ, ରେଷ୍ଟୁରାଣ୍ଟରୁ ଆରମ୍ଭ କରି ବିଭିନ୍ନ ପାର୍ଟିଫଙ୍କସନ ପର୍ଯ୍ୟନ୍ତ ସବୁଠି ଏବଂ ଘରମାନଙ୍କରେ ମଧ୍ୟ କାଗଜ ଷ୍ଟ୍ରର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ପରିବେଶକୁ ବଞ୍ଚାଇବା ନାଁରେ ଆପଣ ଯେଉଁ କାଗଜ ଷ୍ଟ୍ର ବ୍ୟବହାର କରୁଛନ୍ତି, ତାହା ପ୍ରକୃତରେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ସୁରକ୍ଷିତ ? ଏହାକୁ ନେଇ ବେଲଜିୟମରୁ ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଚିନ୍ତାରେ ପକାଇ ଦେବ ।

ସ୍ୱାସ୍ଥ୍ୟ ପାଇଁ ହାନିକାରକ କାଗଜ ଷ୍ଟ୍ର !

ବେଲଜିୟମରେ କରାଯାଇଥିବା ଏକ ନୂତନ ବୈଜ୍ଞାନିକ ଗବେଷଣା ଅନୁଯାୟୀ, ଆମେ ଯେଉଁ କାଗଜ ଷ୍ଟ୍ରକୁ ପ୍ଲାଷ୍ଟିକର ବିକଳ୍ପ ଭାବେ ବ୍ୟବହାର କରୁଛୁ, ତାହା ପରିବେଶ ଓ ସ୍ୱାସ୍ଥ୍ୟ ପାଇଁ ଆଦୌ ସୁରକ୍ଷିତ ନୁହେଁ । କାଗଜ ଷ୍ଟ୍ର ଜଲଦି ପାଣିରେ ତରଳି କିମ୍ବା ନଷ୍ଟ ନ ହେବା ପାଇଁ ସେଥିରେ ଏକ ବିଶେଷ ପ୍ରକାରର ରସାୟନ ବା କେମିକାଲ ବ୍ୟବହାର କରାଯାଏ । ଏହି କେମିକାଲଗୁଡ଼ିକୁ ‘ଫରେଭର କେମିକାଲ୍ସ’ କୁହାଯାଏ, କାରଣ ଏହା ପରିବେଶ କିମ୍ବା ମାନବ ଶରୀରରେ ସହଜରେ ନଷ୍ଟ ହୁଏ ନାହିଁ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଜମା ହୋଇ ରହିଥାଏ । ବୈଜ୍ଞାନିକମାନେ ବଜାରରୁ ଭିନ୍ନ ଭିନ୍ନ ବ୍ରାଣ୍ଡର ୩୯ଟି ଷ୍ଟ୍ର ସଂଗ୍ରହ କରି ଏହାର ପରୀକ୍ଷା କରିଥିଲେ । ଏହି ଷ୍ଟ୍ରଗୁଡ଼ିକୁ ମୁଖ୍ୟତଃ ୫ଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା- କାଗଜ, ବାଉଁଶ, ପ୍ଲାଷ୍ଟିକ, କାଚ ଏବଂ ଷ୍ଟେନଲେସ୍ ଷ୍ଟିଲ୍ ।

ପରୀକ୍ଷାରୁ ଜଣାପଡ଼ିଛି ଯେ ପରୀକ୍ଷା କରାଯାଇଥିବା ମୋଟ କାଗଜ ଷ୍ଟ୍ରର ପ୍ରାୟ ୯୦ ପ୍ରତିଶତରେ ଏହି ବିପଜ୍ଜନକ ‘ଫରେଭର କେମିକାଲ’ ମିଳିଛି, ଯାହା ଅନ୍ୟ ସମସ୍ତ ଷ୍ଟ୍ର ତୁଳନାରେ ସବୁଠାରୁ ଅଧିକ । ବାଉଁଶ ଷ୍ଟ୍ରରେ ଏହାର ମାତ୍ରା ୮୦ ପ୍ରତିଶତ, ପ୍ଲାଷ୍ଟିକ ଷ୍ଟ୍ରରେ ଏହା ୭୫ ପ୍ରତିଶତ, କାଚ ଷ୍ଟ୍ରରେ ଏହି କେମିକାଲର ମାତ୍ରା ୪୦ ପ୍ରତିଶତ ‘ଫରେଭର କେମିକାଲ’ ଥିଲା । ସବୁଠାରୁ ଆଶ୍ୱସ୍ତିର କଥା ହେଲା, ପରୀକ୍ଷା ହୋଇଥିବା କୌଣସି ବି ଷ୍ଟେନଲେସ୍ ଷ୍ଟିଲ୍ ଷ୍ଟ୍ରରେ ଏହି କେମିକାଲ ମିଳିନଥିଲା ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button