ରାଜ୍ୟ

Jharkhand mines: ଝାଡ଼ଖଣ୍ଡ ଖଣିରୁ ରାଜସ୍ବ ଆଦାୟ କରିପାରିଲା, ଓଡ଼ିଶା ଚୁପ୍‌ କାହିଁକି

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ ଯୋଗୁଁ ଓଡ଼ିଶାର ବ୍ୟାପକ କ୍ଷତି ହୋଇଛି। ଏହି ଆଇନ ଦ୍ବାରା କେନ୍ଦ୍ର ସରକାର ରାଜ୍ୟମାନଙ୍କ ଅଧିକାର ଛଡ଼େଇ ଦେଇଛନ୍ତି। ଏହାପରେ ମଧ୍ୟ ରାଜ୍ୟ ସରକାର ନିରବ।

ଭୁବନେଶ୍ବର: ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ ଯୋଗୁଁ ଓଡ଼ିଶାର ବ୍ୟାପକ କ୍ଷତି ହୋଇଛି। ଏହି ଆଇନ ଦ୍ବାରା କେନ୍ଦ୍ର ସରକାର ରାଜ୍ୟମାନଙ୍କ ଅଧିକାର ଛଡ଼େଇ ଦେଇଛନ୍ତି। ଏହାପରେ ମଧ୍ୟ ରାଜ୍ୟ ସରକାର ନିରବ। ମାତ୍ର କଂଗ୍ରେସ ଏହାର ବିରୋଧରେ ଆନ୍ଦୋଳନ ଜାରି ରଖିବ ବୋଲି କଂଗ୍ରେସ ବିଧାୟକଗଣ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଲେ, ରାଜ୍ୟର ସାଢ଼େ ୪କୋଟି ଲୋକଙ୍କୁ କେନ୍ଦ୍ର ସରକାର ଭ୍ରୁକ୍ଷେପ ନ କରି ସଂଶୋଧିତ ଆଇନ ପାରିତ କରିନେଇଛନ୍ତି। ଏହାଦ୍ବାରା ଓଡ଼ିଶା ଭଳି ଅନେକ ଖଣିଜବହୁଳ ରାଜ୍ୟ ପ୍ରଭାବିତ ହେବେ।

ଏମ୍‌ଏମ୍‌ଡିଆର୍‌ ଆଇନ ବିରୋଧରେ ପ୍ରତିବାଦ ଜାରି ରଖିବ କଂଗ୍ରେସ

ସୁପ୍ରିମକୋର୍ଟଙ୍କ ୯ଜଣିଆ ଖଣ୍ଡପୀଠ ରାଜ୍ୟମାନଙ୍କୁ ଖଣି ଉପରେ ସେସ୍‌ ଆଦାୟ କରିବା ଲାଗି ରାୟ ଦେଇଥିଲେ। ରାଜ୍ୟରେ ବିଜେପି ସରକାର ଆସିବାର ୨ବର୍ଷରୁ ଅଧିକ ସମୟ ହୋଇଥିଲେ ହେଁ ଏ ପର୍ଯ୍ୟନ୍ତ ୧.୧୦ଲକ୍ଷ କୋଟି ଆଦାୟ ହୋଇପାରିଲା ନାହିଁ। ନୂଆ ଅଧିନିୟମ ପରେ ରାଜ୍ୟ ଆଉ ସେସ୍‌ ଆଦାୟ କରିପାରିବ ନାହିଁ। ଅନ୍ୟ ରାଜ୍ୟରେ ପେସା ଆଇନ ଲାଗୁ ହୋଇଥିଲେ ହେଁ ଓଡ଼ିଶାରେ ଏହା ଲାଗୁ ହୋଇପାରିଲା ନାହିଁ। ଏହି ବିଧେୟକକୁ ଯଦି ସଂଶୋଧନ କରା ନ ଯାଏ ଆଗାମୀ ଦିନରେ କଂଗ୍ରେସ ବିଧାନସଭା ଓ ରାଜରାସ୍ତାରେ ଲଢ଼େଇ କରିବ। ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି କହିଲେ, କେନ୍ଦ୍ର ସରକାର ସଂସଦରେ ଖଣି ବିଲ୍‌କୁ ବିନା ଆଲୋଚନାରେ ୧୦ ମିନିଟ୍‌ରେ ପାସ୍‌ କରାଇନେଇଛନ୍ତି। ଏହା ସଂପୂର୍ଣ୍ଣଭାବେ ରାଜ୍ୟ ବିରୋଧୀ ଆଇନ। ଅଦାନୀ ଓ ଅମ୍ବାନୀଙ୍କୁ ସବୁ ଖଣି ଦେବା ପାଇଁ ଏ ସରକାର ତରତର ହୋଇ ଏହି ନିୟମ ଆଣିଛନ୍ତି। ସଂଶୋଧିତ ଖଣି ନିୟମକୁ ନେଇ କଂଗ୍ରେସ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବ। ବିଧାୟକ ସି.ଏସ୍‌ ରାଜେନ ଏକ୍କା କହିଲେ, ଝାଡ଼ଖଣ୍ଡ ସରକାର ଯଦି ରାଜସ୍ବ ଆଦାୟ କରିବାରେ ସମର୍ଥ ହୋଇପାରିଲେ, ୨ବର୍ଷ କାଳ ରାଜ୍ୟ ସରକାର କାହିଁକି ଚୁପ୍‌ ରହିଥିଲେ ? ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଫୁଲ୍ଲ ପ୍ରଧାନ ଉପସ୍ଥିତ ଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button