ଜାତୀୟ

German Tourist India: ଭାରତ ଆସି ଗୋସେବକ ହୋଇଗଲେ ଜର୍ମାନ ପର୍ଯ୍ୟଟକ, ୪୧ ବର୍ଷ ପରେ ମିଳିଲା ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ ୧୦/୦୯: ୧୯୭୮ ମସିହାରେ ୨୦ ବର୍ଷୀୟା ଫ୍ରିଡେରିକେ ଇରିନା ବ୍ରୁନିଂ ପର୍ଯ୍ୟଟକ ଭାବେ ବର୍ଲିନରୁ ଭାରତ ଆସିଥିଲେ । ଜର୍ମାନୀରେ ଶିକ୍ଷା ଶେଷ କରି ସେ ବିଶ୍ୱ ଭ୍ରମଣ କରୁଥିଲେ । କିନ୍ତୁ ଭାରତ ତାଙ୍କର ଶେଷ ଠିକଣା ନ ଥିଲା । ସେ କିଛି ଖୋଜୁଥିଲେ, କିନ୍ତୁ ସେତବେଳେ ତାହା ଜାଣିପାରିନଥିଲେ । ଏହି ଅନ୍ୱେଷଣ ଶେଷରେ ତାଙ୍କୁ ମଥୁରାର ରାଧାକୁଣ୍ଡରେ ପହଞ୍ଚାଇଦେଲା । ଜଣେ ଗୁରୁଙ୍କୁ ଅନ୍ୱେଷଣ କରୁଥିଲେ ବୋଲି ଶେଷରେ ସେ ହୃଦୟଙ୍ଗମ କଲେ ।

ଦୀର୍ଘ ୪ ଦଶନ୍ଧିରୁ ଉର୍ଦ୍ଧ ସମୟ ପରେ ଏହି ଜର୍ମାନ ମହିଳା ସୁଦେବୀ ମାତାଜୀ ନାମରେ ପରିଚିତ ହେଲେ । ଅସୁସ୍ଥ, ଆହତ ଓ ଅଲୋଡ଼ା ଗାଈଙ୍କ ସେବାରେ ଦୀର୍ଘ ବର୍ଷ ବିତାଇବା ପରେ ସମାଜସେବା ପାଇଁ ତାଙ୍କୁ ପଦ୍ମଶ୍ରୀ ଦ୍ୱାରା ସମ୍ମାନିତ କରାଗଲା । କିନ୍ତୁ ଏ କାହାଣୀ ଗୋଶାଳା ସହିତ ଆରମ୍ଭ ହୋଇନଥିଲା । ଜଣେ ଯୁବ ପରିବ୍ରାଜକଙ୍କ ଆଧ୍ୟାତ୍ମିକ ଅନ୍ୱେଷଣ ଓ ଭାରତରେ ରହିବାର ନିଷ୍ପତ୍ତିରୁ ଏ କାହାଣୀର ଆରମ୍ଭ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button