ରାଜ୍ୟ

Firecracker blast:ଚନ୍ଦକାରେ ଭୟଙ୍କର ବାଣ ବିସ୍ଫୋରଣ: ବାଣ ଭିଡ଼ୁ ଥିବା ବେଳେ ଜଣେ ମୃତ ଜଣେ ଗୁରୁତର

ଭୁବନେଶ୍ୱର,୧୬ \୯ : ଚନ୍ଦକାରେ ଭୟଙ୍କର ବାଣ ବିସ୍ଫୋରଣ । ଜଣେ ମୃତ ଆଉ ଜଣେ ଗୁରୁତର । ବୋମା ମାଡ଼ ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକ । ଏଭଳି ଘଟଣା ଘଟିଛି ଚନ୍ଦାକ ଥାନା, ଭାଗବତପୁର ଗାଁରେ ।

ସୂଚନା ଅନୁସାରେ,ଗଣେଶ ପୂଜା ଭଷାଣ ପାଇଁ ବାଣ ଭିଡୁ ଥିବା ବେଳେ ହଠାତ୍ ଅସାବଧାନତା ହେତୁ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ଦୁର୍ଘଟଣାରେ ସାନ ଭାଇଙ୍କର ମୃତ୍ୟୁ ଘଟିଥିବା ବେଳେ ବଡ ଭାଇ ଗୁରୁତର ଆହତ ହୋଇଛନ୍ତି। ଗଣେଶ ପୂଜାର ବିଭିନ୍ନ ପେଣ୍ଡାଲ ପାଇଁ ବାଣ ପ୍ରସ୍ତୁତି ଅନେକ ଅଡ଼ର ପାଇ ଥିଲେ ଦୁଇ ଭାଇ । ଜୋର ରେ ବାଣ ଭିଡା କାମ ଚାଲିଥିବା ବେଳେ ରାତି ପ୍ରାୟ ସାଢ଼େ ୧୨ ଟା ସମୟରେ ହଠାତ୍ ଅସାବଧାନତା ହେତୁ ବାଣ ତିଆରି ଘରେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣର ଶବ୍ଦ ଏତେ ଭୟଙ୍କର ଥିଲା ଯେ ସମଗ୍ର ସ୍ଥାନୀୟ ଅଞ୍ଚଳରେ ଆଶଙ୍କା ଓ ଭୟର ପରିବେଶ ସୃଷ୍ଟି ହୋଇଥିଲା ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button