ଦେଶ ବିଦେଶ

S Jaishankar: ଆମେରିକାରେ ରୁବିଓଙ୍କୁ ଭେଟିଲେ ଜୟଶଙ୍କର; ରୁଷ୍‌ ସାଙ୍କସନ୍‌ସ ଆକ୍ଟକୁ ନେଇ ଚିନ୍ତା ପ୍ରକଟ କଲେ

ଜାତିସଂଘ ସାଧାରଣ ଅଧିବେଶନ ଅବସରରେ ଆଜି ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଆମେରିକା ବିଦେଶ ସଚିବ ମାର୍କୋ ରୁବିଓଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଭାରତ-ଆମେରିକା ଦ୍ବିପାକ୍ଷିକ ସମ୍ପର୍କ ସମେତ ରୁଷ୍‌ ତୈଳ କ୍ରୟକୁ ନେଇ ଆମେରିକା ଲଗାଇଥିବା...

ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ଅଧିବେଶନ ଅବସରରେ ଆଜି ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଆମେରିକା ବିଦେଶ ସଚିବ ମାର୍କୋ ରୁବିଓଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଭାରତ-ଆମେରିକା ଦ୍ବିପାକ୍ଷିକ ସମ୍ପର୍କ ସମେତ ରୁଷ୍‌ ତୈଳ କ୍ରୟକୁ ନେଇ ଆମେରିକା ଲଗାଇଥିବା ଶୁଳ୍କ ସଂକ୍ରାନ୍ତରେ ଆଲୋଚନା ହୋଇଛି। ରୁବିଓଙ୍କ ସହ ସାକ୍ଷାତ୍ ପରେ ଜୟଶଙ୍କର ଏକ୍ସରେ କହିଛନ୍ତି ଯେ ଦୁଇ ନେତା ଉପସାଗରୀୟ ରାଷ୍ଟ୍ରଗୁଡ଼ିକର ସ୍ଥିତି ଏବଂ ୟୁକ୍ରେନ ପରିସ୍ଥିତି ନେଇ ମଧ୍ୟ ଆଲୋଚନା କରିଛନ୍ତି।

ଗତ ସପ୍ତାହରେ ରୁଷ୍‌ ତୈଳ କିଣୁଥିବା ରାଷ୍ଟ୍ରଗୁଡ଼ିକ ଉପରେ ଶତ ପ୍ରତିଶତ ଶୁଳ୍କ ଲଗାଇବା ସଂକ୍ରାନ୍ତ ଆଇନରେ ଟ୍ରମ୍ପ ସ୍ବାକ୍ଷର କରିଥିଲେ। ଏହା ଭାରତ ଓ ଚୀନ୍‌ ସମେତ ରୁଷ୍‌ ତୈଳ କିଣୁଥିବା ରାଷ୍ଟ୍ରଗୁଡ଼ିକୁ ପ୍ରଭାବିତ କରିବ। ଏହା ଉପରେ ପ୍ରତିକ୍ରିୟା ଦେଇ ଭାରତ କହିଥିଲା ଯେ ଦେଶର ଆର୍ଥିକ ସ୍ବାର୍ଥ ଓ ଶକ୍ତି ସୁରକ୍ଷା ପାଇଁ ଭାରତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ।

ଗତ ରବିବାର ନ୍ୟୁୟର୍କରେ ପହଞ୍ଚିଥିବା ଜୟଶଙ୍କର ୮୧ତମ ଜାତିସଂଘ ସାଧାରଣ ଅଧିବେଶନରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ବ ନେଉଛନ୍ତି। ବୈଠକ ପରେ ରୁବିଓ କହିଛନ୍ତି ଯେ, ଭାରତ ଓ ଆମେରିକା ପ୍ରମୁଖ ଆଞ୍ଚଳିକ ଗୁରୁତ୍ବ ଥିବା କ୍ଷେତ୍ରଗୁଡ଼ିକରେ ପରସ୍ପରକୁ ସହଯୋଗ କରୁଛନ୍ତି। ଏହା ପୂର୍ବରୁ ଗତ ଜୁଲାଇରେ ମନିଲାରେ ଦୁଇ ନେତାଙ୍କ ସାକ୍ଷାତ୍ ହୋଇଥିଲା। ସେତେବେଳେ ବାଣିଜ୍ୟ, ଶୁଳ୍କ, ଶକ୍ତି, ପ୍ରତିରକ୍ଷା ଓ ଏଆଇ ଭଳି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button