Gyanesh Kumar: ଜ୍ଞାନେଶ କୁମାର ପଦ୍ମଭୂଷଣ ପାଇବାକୁ ଯୋଗ୍ୟ : ପଶ୍ଚିମବଙ୍ଗ ବିଜେପି ମୁଖ୍ୟ
ମୁଖ୍ୟ ନିର୍ବାଚନ କମିସନର (ସିଇସି)ଙ୍କ ବିରୋଧରେ ଏବେ ସବୁଠି ଅସନ୍ତୋଷ ତେଜିଥିବାବେଳେ ପଶ୍ଚିମବଙ୍ଗ ବିଜେପି ସଭାପତି ସମୀକ ଭଟ୍ଟାଚାର୍ଯ୍ୟ ଆଜି ସିଇସିଙ୍କୁ ସମର୍ଥନ କରି ଏକ ଟିପ୍ପଣୀ ଦେଇଛନ୍ତି।

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (ସିଇସି)ଙ୍କ ବିରୋଧରେ ଏବେ ସବୁଠି ଅସନ୍ତୋଷ ତେଜିଥିବାବେଳେ ପଶ୍ଚିମବଙ୍ଗ ବିଜେପି ସଭାପତି ସମୀକ ଭଟ୍ଟାଚାର୍ଯ୍ୟ ଆଜି ସିଇସିଙ୍କୁ ସମର୍ଥନ କରି ଏକ ଟିପ୍ପଣୀ ଦେଇଛନ୍ତି। ସମୀକ କହିଛନ୍ତି, କୁମାର ଅନ୍ତତଃ ପଦ୍ମଭୂଷଣ ପାଇବାପାଇଁ ଯୋଗ୍ୟ। ଶାନ୍ତିପୂର୍ଣ୍ଣ ନିର୍ବାଚନ ଓ ରାଜ୍ୟରେ ଭୋଟର୍ ତାଲିକାରେ ପରିବର୍ତ୍ତନ ପାଇଁ ତାଙ୍କୁ ପଦ୍ମ ଭୂଷଣ ମିଳିବା ଉଚିତ।
ଭଟ୍ଟାଚାର୍ଯ୍ୟ ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ରାହୁଲଙ୍କ ନିଜ ଦଳର ଲୋକମାନେ ମଧ୍ୟ ତାଙ୍କୁ ଗୁରୁତ୍ବ ଦେଉନାହାନ୍ତି ଏବଂ ତାଙ୍କ କଥା ଶୁଣୁନାହାନ୍ତି। ପଶ୍ଚିମବଙ୍ଗରେ ନିର୍ବାଚନ ପରିଚାଳନାକୁ ପ୍ରଶଂସା କରି ଭଟ୍ଟାଚାର୍ଯ୍ୟ କହିଛନ୍ତି, ଭୋଟରମାନେ ବିନା ଭୟରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ପଶ୍ଚିମବଙ୍ଗର ଲୋକମାନେ ଏଥିପାଇଁ ଖୁବ୍ ଖୁସି ଯେ ଦୀର୍ଘ ସମୟ ପରେ ବିନା ଧମକରେ ସେମାନେ ଭୋଟ୍ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




