ଦେଶ ବିଦେଶ

Manipur disturbed area: ମଣିପୁରକୁ ଆଉ ୬ ମାସ ଅଶାନ୍ତ ଅଞ୍ଚଳ ଘୋଷଣା

ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ହିଂସା ଜାରି ରହିଥିବାରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ମଣିପୁରକୁ ଆଉ ୬ ମାସ ପାଇଁ ଅଶାନ୍ତ ଅଞ୍ଚଳ ଘୋଷଣା କରିଛନ୍ତି। ୨୦୨୩ ଏପ୍ରିଲରେ ପ୍ରଥମେ ମଣିପୁରକୁ ଆଫସ୍ପା ଅଧୀନରେ ଅଶାନ୍ତ ଅଞ୍ଚଳ ଘୋଷଣା କରାଯାଇଥିଲା।

ଇମ୍ଫାଲ: ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ହିଂସା ଜାରି ରହିଥିବାରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ମଣିପୁରକୁ ଆଉ ୬ ମାସ ପାଇଁ ଅଶାନ୍ତ ଅଞ୍ଚଳ ଘୋଷଣା କରିଛନ୍ତି। ୨୦୨୩ ଏପ୍ରିଲରେ ପ୍ରଥମେ ମଣିପୁରକୁ ଆଫସ୍ପା ( ଆର୍ମ୍‌ଡ ଫୋର୍ସେସ୍‌ ସ୍ପେସାଲ ପାୱାର୍ସ ଆକ୍ଟ) ଅଧୀନରେ ଅଶାନ୍ତ ଅଞ୍ଚଳ ଘୋଷଣା କରାଯାଇଥିଲା। ସେବେଠାରୁ ଲଗାତାର ମଣିପୁର ଅଶାନ୍ତ ଅଞ୍ଚଳ ଘୋଷଣା ସମୟକୁ ବୃଦ୍ଧି କରାଯାଉଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପୁଣିଥରେ ମଣିପୁରର ଆଶାନ୍ତ ଅଞ୍ଚଳ ଷ୍ଟାଟସ୍‌କୁ ଆଉ ୬ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଏବଂ ଏହି ସମୟ ୨୦୨୬ ଅକ୍ଟୋବର ୧ରୁ ଆରମ୍ଭ ହେଉଛି।

କେନ୍ଦ୍ର ସରକାର ମଧ୍ୟ ନାଗାଲାଣ୍ଡ ଏବଂ ଅରୁଣାଚଳପ୍ରଦେଶର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଆଫସ୍ପା ବୃଦ୍ଧି କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ କିଛିଦିନ ଧରି ମଣିପୁରରେ ପୁଣି ହିଂସା ତେଜିବାରେ ଲାଗିଛି। କାମଜଙ୍ଗ ଜିଲ୍ଲାରେ କିଛି ସଶସ୍ତ୍ର ଗୋଷ୍ଠୀଙ୍କ ଆକ୍ରମଣ ଯୋଗୁ ଗୁରୁବାର ୪ ଜଣଙ୍କର ମୃତ୍ୟୁ ପରଠାରୁ ତୀବ୍ର ଉତ୍ତେଜନା ଲାଗି ରହିଛି। ଭାରତ-ମିଆଁମାର ସିମା ନିକଟସ୍ଥ କାମଜଙ୍ଗ ଜିଲ୍ଲାରେ ହିଂସା ବଢ଼ୁଥିବାରୁ ସେଠାରେ ସୁରକ୍ଷା ବାହିନୀ ମୁତୟନ କଡ଼ାକଡ଼ି କରାଯାଇଛି। ଗତ ଗୋଟିଏ ମାସ ମଧ୍ୟ‌ରେ ମଣିପୁରରେ ବିଭିନ୍ନ ସ୍ଥାନରେ ଆକ୍ରମଣ ଯୋଗୁ ଅନେକ ଲୋକଙ୍କର ମୃତ୍ୟୁ ହେଲାଣି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button