ଦେଶ ବିଦେଶ

Vote theft: ଦେଶ ସାରା ‘ଭୋଟ ଚୋରି’ କମ୍ପନ: କଂଗ୍ରେସର ଦେଶବ୍ୟାପୀ ବିକ୍ଷୋଭ, ପାଟନା ଓ ଚଣ୍ଡୀଗଡ଼ରେ ବିକ୍ଷୋଭକାରୀଙ୍କୁ ପାଣି ମାଡ଼

ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା, ୧୩ କୋଟି ଭୋଟରଙ୍କ ନାମ ବାଦ୍‌ ପଡ଼ିବା ଏବଂ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ବିବାଦୀୟ ନିଷ୍ପତ୍ତି ବିରୋଧରେ...

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା, ୧୩ କୋଟି ଭୋଟରଙ୍କ ନାମ ବାଦ୍‌ ପଡ଼ିବା ଏବଂ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ବିବାଦୀୟ ନିଷ୍ପତ୍ତି ବିରୋଧରେ ଶୁକ୍ରବାର ଦେଶବ୍ୟାପୀ କଂଗ୍ରେସ ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗୁଆହାଟୀଠାରେ ବିକ୍ଷୋଭ ସମୟରେ ଆସାମ କଂଗ୍ରେସ ସଭାପତି ଗୌରବ ଗୋଗୋଇଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କୁ ପୁଲିସ ଅଟକ ରଖିଛି। ଅନ୍ୟପକ୍ଷରେ ଚଣ୍ଡୀଗଡ଼ ଓ ପାଟନାରେ ଆନ୍ଦୋଳନକାରୀଙ୍କ ଉପରେ ପୁଲିସ ପାଣିମାଡ଼ କରିଛି। ଭୋପାଳ, କୋଲକାତା ଓ ଡେରାଡୁନରେ ମଧ୍ୟ ବିକ୍ଷୋଭକାରୀ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି।

ଅକ୍ଟୋବର ୨ରୁ ଯନ୍ତରମନ୍ତର ସମେତ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବ ସିଜେପି

ଦିଲ୍ଲୀର ଯନ୍ତରମନ୍ତର ସମେତ ନିର୍ବାଚନ କମିସନ (ଇସିଆଇ) କାର୍ଯ୍ୟାଳୟ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଯୁବ କଂଗ୍ରେସ ପକ୍ଷରୁ ରାଇସିନା ରୋଡ୍‌ରୁ ପ୍ରତିବାଦସୂଚକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ମଧ୍ୟପ୍ରଦେଶ, ପଞ୍ଜାବ, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶରେ କଂଗ୍ରେସ କର୍ମୀମାନେ ରାଜପଥକୁ ଓହ୍ଲାଇ ‘ଜ୍ଞାନେଶ କୁମାରଙ୍କୁ ଗିରଫ କର’ ଏବଂ ‘ଭୋଟ ଚୋରି ମ୍ୟାଜିକ୍‌ ଟ୍ରିକ୍‌ ଧରାପଡ଼ିଲା’ ଭଳି ପୋଷ୍ଟର ଧରି ପ୍ରତିବାଦ କରିଥିଲେ। କର୍ଣ୍ଣାଟକରେ କଂଗ୍ରେସ ପକ୍ଷରୁ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଭୋଟର ତାଲିକା ଜାଲିଆତି ଅଭିଯୋଗ କରି ଥାନାରେ ଏତଲା ଦିଆଯାଇଛି। ସେପଟେ ଯୁବ କଂଗ୍ରେସ ‘ଜ୍ଞାନେଶ, ଇଟ୍‌ ଇଜ୍‌ ଡନ୍ ବ୍ରୋ’ ନାମକ ଏକ ଦେଶବ୍ୟାପୀ ଅନ୍‌ଲାଇନ୍ ସିଟିଜେନ୍ ପିଟିସନ୍ ଆରମ୍ଭ କରିଛି। ଅପରପକ୍ଷରେ ଅସରପା ଜନତା ଦଳର (ସିଜେପି) ସଂସ୍ଥାପକ ଅଭିଜିତ ଦୀପକେ ଚେତାବନୀ ଦେଇଛନ୍ତି ଯେ ସିଇସି ଶନିବାର ସୁଦ୍ଧା ଇସ୍ତଫା ନଦେଲେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଯନ୍ତରମନ୍ତର ସମେତ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ ହେବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button