ଦେଶ ବିଦେଶ

ବ୍ୟାଙ୍କରେ ୫ ଦିନିଆ କାର୍ଯ୍ୟଦିବସ ଚାହୁଁନାହାନ୍ତି ସରକାର; ଦାବି ଉପରେ ହେଇନାହିଁ ସହମତି

ନୂଆଦିଲ୍ଲୀ: ଆସନ୍ତା ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କର କର୍ମଚାରୀ ଧର୍ମଘଟ ଡକରା ଦେଇଛନ୍ତି। ଏହା ପୂର୍ବରୁ ଗଣମାଧ୍ୟମ ରିପୋର୍ଟରେ ବଡ଼ ଦାବି କରାଯାଇଛି। ସରକାର କେବେ ବି ବ୍ୟାଙ୍କ କର୍ମଚାରୀଙ୍କୁ ୫ ଦିନିଆ କାର୍ଯ୍ୟ ଦିବସ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇ ନ ଥିଲେ ବୋଲି କୁହାଯାଇଛି। ଦରମାକୁ ନେଇ ହୋଇଥିବା ଆଲୋଚନାରେ ମଧ୍ୟ ଏହି ପ୍ରସଙ୍ଗରେ ଚର୍ଚ୍ଚା ହୋଇ ନ ଥିଲା। ଅର୍ଥ ମନ୍ତ୍ରଣାଳୟ ସୂତ୍ରରୁ ଏହି ସୂଚନା ମିଳିଛି। ଏଥିରେ କୁହାଯାଇଛି ଯେ କର୍ମଚାରୀ ସଂଗଠନ ପକ୍ଷରୁ ଏକପାଖିଆ ଭାବେ ୫ ଦିନିଆ କାର୍ଯ୍ୟଦିବସ ଦାବି କରାଯାଇଥିଲା। ଉଭୟ ପକ୍ଷ ମଧ୍ୟରେ ଏ ନେଇ କୌଣସି ସହମତି ପ୍ରକାଶ ପାଇ ନଥିଲା। ଅନ୍ୟପକ୍ଷରେ ବ୍ୟାଙ୍କ କର୍ମଚାରୀ ସଂଘ ନିଜ ଦାବିରେ ଅଟଳ ରହିଛି। ୨୮ ତାରିଖରୁ ତିନି ଦିନିଆ ଧର୍ମଘଟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିନିଆଯାଇଛି। ସେହିପରି ସାଧାରଣ ଜନତାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସରକାରୀ ବ୍ୟାଙ୍କଗୁଡ଼ିକୁ ରବିବାର ଖୋଲା ରଖିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି।
ବ୍ୟାଙ୍କ କର୍ମଚାରୀଙ୍କ ସଂଗଠନ ଏଆଇବିଓସି ପକ୍ଷରୁ କୁହାଯାଇଛି ଯେ ୨୦୨୪ ମାର୍ଚ୍ଚରେ ବ୍ୟାଙ୍କ ପରିଚାଳନା ସମ୍ଭାଳୁ ଥିବା ସଂସ୍ଥା ଆଇବିଏ ଓ ୯ଟି ବଡ଼ ବ୍ୟାଙ୍କ ସଂଘର ଗ୍ରୁପ ୟୁଏଫବିୟୁ ମଧ୍ୟରେ ଦରମା ଓ କାମର ସର୍ତ୍ତକୁ ନେଇ ଏକ ଚୁକ୍ତି ହୋଇଥିଲା। ଏହି ଚୁକ୍ତିରେ ପ୍ରତି ଶନିବାର ବ୍ୟାଙ୍କ ବନ୍ଦ ରଖିବା ନେଇ ସହମତି ପ୍ରକାଶ ପାଇଥିଲା।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button