ଦେଶ ବିଦେଶ

Contorversy: ପରବେଶ ବର୍ମା ଚାପୁଡ଼ା ବିବାଦ: ଆପ୍‌ ନେତା ଓ ବିଧାୟକ ଅଟକ

ପଶ୍ଚିମ ଦିଲ୍ଲୀର ତିଲକ ନଗରରେ ରାସ୍ତା ଯାଞ୍ଚ ସମୟରେ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିବା ପାଇଁ ଦିଲ୍ଲୀ ମନ୍ତ୍ରୀ ପରବେଶ ବର୍ମାଙ୍କ ବିରୋଧରେ ଏତଲା ଦାବି କରି ଏକ ପ୍ରତିବାଦ ସଭା ସମୟରେ ସୌରଭ ଭରଦ୍ୱାଜ ଓ ବିଧାୟକ ଜର୍ଣ୍ଣେଲ ସିଂହଙ୍କ ସମେତ ଆମ ଆଦମୀ ପାର୍ଟି...

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ତିଲକ ନଗରରେ ରାସ୍ତା ଯାଞ୍ଚ ସମୟରେ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିବା ପାଇଁ ଦିଲ୍ଲୀ ମନ୍ତ୍ରୀ ପରବେଶ ବର୍ମାଙ୍କ ବିରୋଧରେ ଏତଲା ଦାବି କରି ଏକ ପ୍ରତିବାଦ ସଭା ସମୟରେ ସୌରଭ ଭରଦ୍ୱାଜ ଓ ବିଧାୟକ ଜର୍ଣ୍ଣେଲ ସିଂହଙ୍କ ସମେତ ଆମ ଆଦମୀ ପାର୍ଟି ନେତାମାନଙ୍କୁ ଦିଲ୍ଲୀ ପୁଲିସ ମୁଖ୍ୟାଳୟ ବାହାରେ ଅଟକ ରଖାଯାଇଛି।

ପ୍ରତିବାଦ ସମୟରେ ଜଣେ ହେଡ୍ କନେଷ୍ଟବଳଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଭରଦ୍ୱାଜ, ଜର୍ଣ୍ଣେଲ ସିଂହ ଓ ଅନ୍ୟମାନଙ୍କ ବିରୋଧରେ ମଧ୍ୟ ଏତଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୭ ତାରିଖରେ ତିଲକ ନଗରରେ ରାସ୍ତାକାମ ନିରୀକ୍ଷଣ ବେଳେ ବର୍ମା ଜଣେ ଯୁବକଙ୍କୁ ଚାପୁଡ଼ା ମାରିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button