ଦେଶ ବିଦେଶ

Pakistan Defence Minister: ସାଉଦିର ଶତ୍ରୁ, ପାକିସ୍ତାନର ମଧ୍ୟ ଶତ୍ରୁ: ହୁତିଙ୍କୁ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀଙ୍କ ଚେତାବନୀ

ପାକିସ୍ତାନ କହିଛି ଯେ, ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ବିରୋଧରେ ଯୁଦ୍ଧରେ ସାଉଦି ଆରବକୁ ରକ୍ଷା କରିବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସ କରିବ। ଫଳରେ ଏହା ସ୍ପଷ୍ଟ ହୋଇଛି ଯେ, ବଢୁଥିବା ସାଉଦି-ହୁତି ସଂଘର୍ଷରେ ପାକିସ୍ତାନ ସିଧାସଳଖ ସାମିଲ ହୋଇପାରେ।

ଇସଲାମାବାଦ:ପାକିସ୍ତାନ କହିଛି ଯେ, ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ବିରୋଧରେ ଯୁଦ୍ଧରେ ସାଉଦି ଆରବକୁ ରକ୍ଷା କରିବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସ କରିବ। ଫଳରେ ଏହା ସ୍ପଷ୍ଟ ହୋଇଛି ଯେ, ବଢୁଥିବା ସାଉଦି-ହୁତି ସଂଘର୍ଷରେ ପାକିସ୍ତାନ ସିଧାସଳଖ ସାମିଲ ହୋଇପାରେ। ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ମହମ୍ମଦ ଆସିଫ କହିଛନ୍ତି, ସାଉଦି ଆରବ ଏବଂ ତୁର୍କୀ ମଧ୍ୟରେ ହୋଇଥିବା ଏକ ନୂତନ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତିନାମା ଅନୁଯାୟୀ ପାକିସ୍ତାନର ସାମରିକ କ୍ଷମତା ସାଉଦି ଆରବ ପାର୍ଇ ଉପଲବ୍ଧ ହେବ। ତେବେ ସେ ଏହା କହି ନାହାନ୍ତି ଯେ, ପାକିସ୍ତାନ ବାୟୁ ଆକ୍ରମଣରେ ଅଂଶଗ୍ରହଣ କରିଛି କି ନାହିଁ।ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପଚରାଯାଇଥିଲା ଯେ, ତାଙ୍କ ଦେଶ ୟେମେନରେ ବିମାନ ଆକ୍ରମଣରେ ସାମିଲ ଥିଲା କି? ଏହା ଉତ୍ତରରେ ସେ କହିଥବଲେ,ମୁଁ ବିସ୍ତୃତ ଭାବରେ କିଛି କହିବି ନାହିଁ। କିନ୍ତୁ ଆମେ ସାଉଦି ଆରବକୁ ରକ୍ଷା କରିବା ପାଇଁ ଚୁକ୍ତି ଦ୍ୱାରା ଆବଦ୍ଧ। ଏହାର ଅର୍ଥ ହେଉଛି ଯେ, ଆମର ଯାହା ସମ୍ବଳ ଅଛି ତାହା ସାଉଦି ଆରବ ପାଇଁ ମଧ୍ୟ ଉପଲବ୍ଧ ହେବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button