ରାଜ୍ୟ

Odisha-West Bengal border dispute: ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ପ୍ରସଙ୍ଗ: ୬ ମୌଜାରେ ହେବ ଭୌଗୋଳିକ ଯାଞ୍ଚ, ୪୧ ସ୍ଥାନରେ ନିର୍ମାଣ କରାଯିବ ପିଲର୍‌

ବାଲେଶ୍ବର ଜିଲ୍ଲା ଜଳେଶ୍ବର ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀତଟରେ ଥିବା ୬ଟି ମୌଜାରେ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ସୀମା ବିବାଦ ରହିଛି। ଯାହାର ସମାଧାନ ପାଇଁ ବାଟ ଫିଟୁଛି।

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀତଟରେ ଥିବା ୬ଟି ମୌଜାରେ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ସୀମା ବିବାଦ ରହିଛି। ଯାହାର ସମାଧାନ ପାଇଁ ବାଟ ଫିଟୁଛି। ଖୁବ୍‌ଶୀଘ୍ର ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ୪୧ଟି ଭୌଗୋଳିକ ନିର୍ଦ୍ଦେଶାଙ୍କ (ଜିଓ କୋର୍ଡିନେଟ୍‌) ଚିହ୍ନଟ କରାଯିବ। ଜିଓ କୋର୍ଡିନେଟ୍‌ ଅକ୍ଷାଂଶ ଓ ଦ୍ରାଘିମା ଆଧାରରେ କରାଯିବା ସହ ସେହି ସ୍ଥାନଗୁଡ଼ିକରେ ପିଲର୍‌ ନିର୍ମାଣ ହେବ।

ଜଳେଶ୍ବର ତହସିଲର ସୁବର୍ଣ୍ଣରେଖା ନଦୀତଟ ଓ ପଶ୍ଚିମବଙ୍ଗ ସୀମାକୁ ଲାଗି ତୋଟାପଡ଼ା, ବେହେରାସାହି, ଗୋବରଘାଟା, ମକ୍ରମପୁର, ଦକ୍ଷିଣ ପ୍ରହରାଜପୁର ଓ ପ୍ରହରାଜପୁର ମୌଜା ରହିଛି। ଏହି ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀର ଦୁଇ ପାର୍ଶ୍ବକୁ ଦୁଇ ରାଜ୍ୟର ସୀମା ଭାବେ ବିବେଚନା କରାଯାଉଥିଲା। ତେବେ ନଦୀର ଗତିପଥରେ ପରିବର୍ତ୍ତନ ହେବାରୁ ସୀମା ନିର୍ଦ୍ଧାରଣକୁ ନେଇ ବିବାଦ ଉପୁଜିଥିଲା। ଏହାର ସୁଯୋଗ ନେଇ ପଶ୍ଚିମବଙ୍ଗ ସରକାର ଓଡ଼ିଶା ସୀମାରେ ଥିବା ବାଲି ସୈରାତକୁ ନିଜ ରାଜ୍ୟର ଦର୍ଶାଇ ନିଲାମ ଡାକିଥିଲେ। ପଶ୍ଚିମବଙ୍ଗର ବାଲି ମାଫିଆମାନେ ଓଡ଼ିଶା ସୀମା ମଧ୍ୟରୁ ବାଲି ଉତ୍ତୋଳନ କରିଥିଲେ। ଏହାକୁ ବିରୋଧ କରି ୨୦୨୫ ଜାନୁଆରିରେ ରାଜସ୍ବ ବିଭାଗ ଓ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button