ରାଜ୍ୟ

Rohu fish: ରୋହିମାଛର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ: ଜିନୋମ୍‌ ଏଡିଟିଂ କ୍ଷେତ୍ରରେ ଓଡ଼ିଶା ବୈଜ୍ଞାନିକଙ୍କ ସଫଳତା

ମଧୁର ଜଳ ମାଛ ‘ରୋହି’ର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ। ବ୍ୟବସାୟ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ରୋହି ମାଛରେ ପ୍ରଥମଥର ପାଇଁ ସଫଳତାର ସହ ଜିନୋମ୍‌ ଏଡିଟିଂ ବୈଜ୍ଞାନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇଛି।

ଭୁବନେଶ୍ବର: ମଧୁର ଜଳ ମାଛ ‘ରୋହି’ର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ। ବ୍ୟବସାୟ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ରୋହି ମାଛରେ ପ୍ରଥମଥର ପାଇଁ ସଫଳତାର ସହ ଜିନୋମ୍‌ ଏଡିଟିଂ ବୈଜ୍ଞାନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇଛି। କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟପାଳନ ପ୍ରତିଷ୍ଠାନ(ସିଫା) ଓ ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍‌ଏସ୍‌)ର ବୈଜ୍ଞାନିକ ଏହି ସଫଳତା ହାସଲ କରିଛନ୍ତି। ବିଶ୍ୱପ୍ରସିଦ୍ଧ ପତ୍ରିକା ‘ଫିସ୍ ଆଣ୍ଡ ସେଲଫିସ୍ ଇମ୍ୟୁନୋଲୋଜି’ ରେ ଏହି ଗବେଷଣା ନିବନ୍ଧ ପ୍ରକାଶ ପାଇଛି।

ରୋହି, ଭାକୁର ଓ ଜେବ୍ରାଫିସ୍‌ରେ ଜିନ୍‌ ‘ସେପ୍ଟିନ୍‌ ୮ଏ’ ରହିଛି। ବୈଜ୍ଞାନିକ ଲୋପାମୁଦ୍ରା ପରିଡ଼ା,  ପ୍ରମୋଦ କୁମାର ସାହୁ ଓ  ରାଜୀବ କେ. ସ୍ୱାଇଁଙ୍କ ନେତୃତ୍ୱରେ ହୋଇଥିବା ଏହି ଗବେଷଣାରୁ ଜଣାପଡ଼ିଛି ଯେ ରୋହିମାଛ ଶରୀରରେ ଥିବା ‘ସେପ୍ଟିନ୍‌ ୮ଏ’ ଜିନ୍‌ଟି ତା’ର ପ୍ରାରମ୍ଭିକ ବିକାଶ ଓ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଦାୟୀ। ଜୀବାଣୁ ଓ ପରଜୀବୀ  ଦ୍ୱାରା ଆକ୍ରାନ୍ତ ହେବା ପରେ ଏହି ଜିନ୍ ମାଛର କାତି, କିଡ୍‌ନି ଓ ପ୍ଲିହାରେ ସକ୍ରିୟ ହୋଇ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ପରୀକ୍ଷା ସମୟରେ ଏହି ଜିନ୍ ଯୋଗୁଁ ଆକ୍ରାନ୍ତ ମାଛଙ୍କ ବଞ୍ଚିବା ହାର ୫୫% ରହିଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button