ରାଜ୍ୟ
‘ଚିଠି’ର ଶରତ ସଂଖ୍ୟା ୨୦୨୬ ଉନ୍ମୋଚିତ: ‘ଆଗକୁ ଯାଇ ପୁଣି ପଛକୁ ଫେରିବା ଜୀବନର ଏକ ଅଭ୍ୟାସ’
ଆମ ମୋବାଇଲ୍ରେ ବହୁ ହ୍ବାଟ୍ସଆପ୍ ଗ୍ରୁପ୍ ଓ ସିଙ୍ଗିଲ ଚାଟ୍ ରହିଛି। ମାତ୍ର ଏତେ ଚାଟ୍ ଥାଇ ବି ଆମେ ସମସ୍ତେ ବହୁ ସମୟରେ ଏକୁଟିଆ ଅନୁଭବ କରୁଛୁ। ମୋବାଇଲ୍ ଯୁଗରେ ଆମେ ତତ୍କ୍ଷଣାତ ଆମ ପ୍ରତିକ୍ରିୟା ରଖିପାରୁଛେ।

କଟକ: ଆମ ମୋବାଇଲ୍ରେ ବହୁ ହ୍ବାଟ୍ସଆପ୍ ଗ୍ରୁପ୍ ଓ ସିଙ୍ଗିଲ ଚାଟ୍ ରହିଛି। ମାତ୍ର ଏତେ ଚାଟ୍ ଥାଇ ବି ଆମେ ସମସ୍ତେ ବହୁ ସମୟରେ ଏକୁଟିଆ ଅନୁଭବ କରୁଛୁ। ମୋବାଇଲ୍ ଯୁଗରେ ଆମେ ତତ୍କ୍ଷଣାତ ଆମ ପ୍ରତିକ୍ରିୟା ରଖିପାରୁଛେ। ମାତ୍ର ତାହା ଦୀର୍ଘସ୍ଥାୟୀ ନୁହଁ। ହେଲେ ନିଜ ଲୋକର ହାତଲେଖା ଚିଠି ବହୁ ଲୋକଙ୍କ ଜୀବନରେ ବହୁବର୍ଷ ଧରି ଏକ ସୁନ୍ଦର ସ୍ମୃତି ହୋଇ ରହିଯାଏ। ଆମେ ବହୁତ ଆଗକୁ ଯିବା ପରେ ପୁଣି ଥରେ ପଛକୁ ଫେରିବା ଜୀବନର ଏକ ଅଭ୍ୟାସ ରହିଛି। ତାହାକୁ କାଳଚକ୍ର କୁହାଯାଏ। ଆଜିର ଯୁବପିଢ଼ି ଗ୍ରାମଫୋନ୍, ପୁରୁଣା ରିଲ୍ କ୍ୟାମେରା ପରି ପୁରୁଣା ଜିନିଷ ପ୍ରତି ଆକୃଷ୍ଟ ହେଉଛନ୍ତି। ଏହି ଫେରିବାରେ ଚିଠି ଲେଖିବାର ପରମ୍ପରା ଧୀରେ ଧୀରେ ଆମ ମଧ୍ୟକୁ ଫେରି ଆସୁଛି ବୋଲି ‘ଚିଠି’ର ଶରତ ସଂଖ୍ୟା ୨୦୨୬ର ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ ଓ କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ କହିଛନ୍ତି।
ସୌଜନ୍ୟ ସମ୍ବାଦ




