ରାଜ୍ୟ

Arrest: ସ୍ତ୍ରୀଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଇ ବନ୍ଧା ହେଲେ ପୁଲିସ ବାବୁ

ନିଜେ ପୁଲିସ ବାବୁ। ସୁରକ୍ଷା ବିଭାଗରେ କାର୍ଯ୍ୟରତ ଥିବା‌ ବେଳେ ନିଜ ସ୍ତ୍ରୀଙ୍କୁ ମଧ୍ୟ ସୁରକ୍ଷା ନଦେଇ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ। ଏଭଳି ଅଭିଯୋଗରେ ଭଦ୍ରକ ଜିଲ୍ଲା ବନ୍ତ ଥାନା ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବନ୍ତ: (ରମେଶ ଚନ୍ଦ୍ର ପତି): ନିଜେ ପୁଲିସ ବାବୁ। ସୁରକ୍ଷା ବିଭାଗରେ କାର୍ଯ୍ୟରତ ଥିବା‌ ବେଳେ ନିଜ ସ୍ତ୍ରୀଙ୍କୁ ମଧ୍ୟ ସୁରକ୍ଷା ନଦେଇ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ। ଏଭଳି ଅଭିଯୋଗରେ ଭଦ୍ରକଜିଲ୍ଲା ବନ୍ତ ଥାନା ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ସ୍ୱାମୀ ହେଲେ ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ଶାଳକଣିଆ ଗ୍ରାମର ନିରାକାର ଜେନା।

ପୁଲିସର କହିଛି ୨୦୨୫ ଜୁଲାଇ ୧୧ ତାରିଖରେ ବନ୍ତ ଥାନା ଅଧୀନସ୍ଥ ସରମରା ଗ୍ରାମର ମହେଶ୍ୱତା ଦାସଙ୍କ ସହ ଶାଳକଣିଆ ଗ୍ରାମର ନିରାକାର ଜେନାଙ୍କ ସହିତ ସର୍ବସମ୍ମତି କ୍ରମେ ବିବାହ ହୋଇଥିଲା। ବିବାହର କିଛି ଦିନ ପରେ ଅନ୍ୟ ମହିଳାଙ୍କ ସହ ସମ୍ପର୍କ, ଅଶ୍ଳୀଳ ଫଟୋ-ଭିଡିଓ ରଖିବା ଓ ଅନ୍ୟାନ୍ୟ ଅନୈତିକ କାର୍ଯ୍ୟକୁ କେନ୍ଦ୍ର କରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେଇଥିଲା।

ଅଭିଯୋଗ ଅନୁସାରେ ମହେଶ୍ୱତା ଏହାର ପ୍ରତିବାଦ କରିବାରୁ ନିରାକାର ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ, ମାରପିଟ୍, ଗାଳିଗୁଲଜ କରିବା ସହ ଅପ୍ରାକୃତିକ ଯୌନ ନିର୍ଯାତନା ଦେଉଥିଲେ। ଏପରିକି ଗର୍ଭବତୀ ଥିବା ସମୟରେ ବଳପୂର୍ବକ ଔଷଧ ଖୁଆଇ ଗର୍ଭପାତ କରାଇବା ଏବଂ ଏହାର ଭିଡିଓ ଭାଇରାଲ୍ କରିଦେବାକୁ ଧମକ ଦିଆଯାଉଥିଲା। ଏହି କାର୍ଯ୍ୟରେ ମଝିଆ ଦେଢ଼ଶ୍ୱେର, ନଣଦେଇ  ମଧ୍ୟ ସହଯୋଗ କରୁଥିବା ଏବଂ ମାନସିକ ଶୋଷଣ କରୁଥିବା ନେଇ ପୀଡ଼ିତା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button