ସୋସିଆଲ ମିଡିଆ ଉପରେ ସରକାରୀ କଟକଣା; ୧୮ ବର୍ଷ ନହେଲେ ଆକାଉଣ୍ଟ ମନା

ନୂଆଦିିଲ୍ଲୀ : ଅଠର ବର୍ଷ ନହେଲା ପର୍ଯ୍ୟନ୍ତ ଶିଶୁ ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିପାରିବେ ନାହିଁ। ଏ ସମ୍ବନ୍ଧିତ ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଦେଇଛନ୍ତି ଯେ ନାବାଳକଙ୍କ ସମ୍ବନ୍ଧିତ ଭାରତୀୟ ଆଇନକୁ ସୋସିଆଲ ମିିଡିଆ ପ୍ଲାଟଫର୍ମ ଗୁଡ଼ିକୁ ମାନିବାକୁ ବାଧ୍ୟ। ନାବାଳକମାନେ ଆଇନଗତ ଚୁକ୍ତି କରିପାରିବେ ନାହିଁ। ଜଷ୍ଟ ରାଇଟ୍ସ ଫର ଚିଲଡ୍ରେନ ଆଲାଏନ୍ସ (ଜେଆରସିଏ) ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି ମୋହନାଙ୍କ ପୀଠ ଏହି ନିର୍ଦେଶ ଦେଇଛନ୍ତି। ଏହି ଆବେଦନରେ ସୋସିଆଲ ମିଡିଆ ଓ ଅନ୍ୟ ଡିଜିଟାଲ ପ୍ଲାଟଫର୍ମ୍ସରେ ଶିଶୁଙ୍କ ସୁରକ୍ଷା ଦାବି କରାଯାଇଥିଲା। ବିଚାରପତି ବାଗଚୀ କହିିଥିଲେ ଯେ ଏହି ସର୍ତ୍ତ କେବଳ ମାର୍ଗଦର୍ଶିକା ମଧ୍ୟରେ ସୀମିତ ରହିବା ଅନୁଚିତ। ‘ଇଣ୍ଟରମିଡିଆରୀ ନିୟମ’ ଅଧୀନରେ ଏହାକୁ ‘ଆଇନଗତ ରୂପ’ ଦେବା ସମ୍ପର୍କରେ ବିଚାର କରିବା ପାଇଁ କୋର୍ଟ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଥିଲେ। ଭାରତୀୟ ଆଇନର ଆବଶ୍ୟକତା ଅନୁଯାୟୀ ପ୍ଲାଟଫର୍ମଗୁଡ଼ିକୁ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ପଡ଼ିବ।
ସୌଜନ୍ୟ ସମାଜ




