ରାଜ୍ୟ

ଡିୟର ସାର୍‌ ପ୍ଲିଜ… ଓଡ଼ିଆ ଆସେନି, ୪୦ ମାର୍କ ଦେଇଦିଅନ୍ତୁ, ନଚେତ ଅପମାନିତ ହେବାକୁ ପଡ଼ିବ

ବଲାଙ୍ଗିର ୦୧/୧୦: ମଙ୍ଗଳବାର ପରୀକ୍ଷା ଖାତାରେ ଅଧ୍ୟାପକଙ୍କୁ ପରିକ୍ଷାର୍ଥୀଙ୍କ ଅପହରଣ ଚେତାବନୀ ପରେ ବୁଧବାର ଜନୈକ ପରିକ୍ଷାର୍ଥୀଙ୍କ ଦୁଃଖଭରା ଦରଖାସ୍ତ ସାମ୍ନାକୁ ଆସିଛି। ପରୀକ୍ଷା ଖାତାରେ ଜଣେ ଛାତ୍ର ଦୁଃଖଭରା ଶବ୍ଦ ହାତଯୋଡ଼ି ଅଧ୍ୟାପକଙ୍କୁ ଓଡିଆ ବିଷୟରେ କଷ୍ଟେମଷ୍ଟେ ପାସ କରାଇଦେବାକୁ କହିଛନ୍ତି । ଯେମିତି ହେଲେ ତାଙ୍କୁ ୪୦ମାର୍କ ଦେଇଦେବାକୁ କହିଛନ୍ତି । ନଚେତ ତାଙ୍କ ପରିବାରକୁ ଅପମାନିତ ହେବାକୁ ପଡିବ ବୋଲି ସେ କହିଛନ୍ତି ।

ଉକ୍ତ ଦରଖାସ୍ତରେ ଆହୁରି କୁହଯାଇଛି ଯେ, ସଂପୃକ୍ତ ଛାତ୍ରଜଣକ ଆରମ୍ଭରୁ ଇଂରାଜୀ ମିଡିୟମର ଛାତ୍ର ଅଟନ୍ତି । ସେ ଯୁକ୍ତ ୨ ପର୍ଯ୍ୟନ୍ତ ଓଡିଆ ପଢ଼ିନାହାନ୍ତି ଏବେ ଡ଼ାକ୍ତରୀ ପଢ଼ିଥାନ୍ତେ । କୌଣସି କାରଣରୁ ସେଥିରୁ ବିରତ ରହିଲେ । ହେଲେ ଏପର୍ଯ୍ୟନ୍ତ ଓଡିଆ ଜାଣିପାରିଲେନାହିଁ । କିନ୍ତୁ ପରୀକ୍ଷାରେ ବସିଲେ ସିନା ହେଲେ ସେ ନାଁ ଓଡିଆ ପଢ଼ିପାରୁଛନ୍ତି ନାଁ ଓଡିଆ ଲେଖି ପାରୁଛନ୍ତି ବୋଲି କହିଛନ୍ତି । ତେଣୁ କଷ୍ଟେମଷ୍ଟେ ତାଙ୍କୁ ୪୦ମାର୍କ ଦିଆଯାଉ ବୋଲି ସେ ଅଧା ଓଡିଆ ଏବଂ ଅଧା ଇଂରାଜୀରେ ଦୁଖଃଭରା ଦରଖାସ୍ତ ଲେଖିଛନ୍ତି । ତେବେ ତାଙ୍କ ୧୮ଧାଡ଼ିର ଦରଖାସ୍ତରେ ସେ ପ୍ରାୟ ୧୦ଥରୁ ପ୍ଲିଜ ସାର ଇଂରାଜୀରେ ଲେଖିଛନ୍ତି । ତେବେ ଜଣେ ଓଡିଶାର କଲେଜ ଛାତ୍ର ଓଡିଆ ଲେଖିନପାରିବା ଏବଂ ପାସ କରାଇବା ପାଇଁ ଏଭଳି ନେହୁରା ହେବା ନିଶ୍ଚିତ ଭାବରେ ଏକ ସଙ୍ଗୀନ ବିଷୟ ଅଟେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button