ଜାତୀୟ

MSP hike : ଚାଷୀଙ୍କୁ ଦୀପାବଳି ଭେଟି, ଗହମ ସମେତ ୬ ଫସଲର ଏମଏସପି ବୃଦ୍ଧି

  • ଅକ୍ଷୟଶକ୍ତି କାର୍ଯ୍ୟକ୍ରମ ପିଏମ୍ ଧରା ପାଇଁ ୧,୮୬,୪୦୫ କୋଟି
  • ୧୩୫ ଗିଗାୱାଟ ଯାଏ ଅକ୍ଷୟ ଶକ୍ତି ପାଇଁ ଆନ୍ତଃରାଜ୍ୟ ଟ୍ରାନ୍ସମିଶନ ସିଷ୍ଟମ ବନାଯିବ
  • ୫୦ ଗିଗାୱାଟ ବ୍ୟାଟେରି ଏନର୍ଜି ଷ୍ଟୋରେଜ ସିଷ୍ଟମ ବି ଲଗାଯିବ
  • ଟ୍ରାଫିକ ବ୍ୟବସ୍ଥା ଲାଗି ୧,୭୯୦ କୋଟି ମଞ୍ଜୁର
  • ୩ ନିଷ୍ପତ୍ତି ଦ୍ୱାରା ରାଜକୋଷ ଉପରେ ୨,୭୯,୧୫୭ କୋଟିର ବୋଝ ପଡ଼ିବ

ନୂଆଦିଲ୍ଲୀ,୦୧ \୧୦: ଅନ୍ନଦାତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଛି ଦୀପାବଳି ଭେଟି । ଚାଷୀଙ୍କୁ ସେମାନଙ୍କ ଉତ୍ପାଦନର ଉଚିତ ମୂଲ୍ୟ ଦେବା ଲାଗି କେନ୍ଦ୍ର କ୍ୟାବିନେଟ ପକ୍ଷରୁ ବିପଣନ ବର୍ଷ ୨୦୨୭-୨୮ ପାଇଁ ଗହମ ସମେତ ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ବଢ଼ାଯାଇଛି । ଗହମର ସର୍ବନିମ୍ନ ସହାୟକ ମୂଲ୍ୟକୁ କୁଇଣ୍ଟାଲ ପିଛା ୨୫ ଟଙ୍କା ବଢ଼ାଯାଇ ୨,୬୧୦ ଟଙ୍କା କରାଯାଇଛି । ଏହା ୨୦୨୬-୨୭ରେ ୨୫୮୫ ଟଙ୍କା ଥିଲା । ସେହିଭଳି କୁଇଣ୍ଟାଲ ପିଛା ବାଲି ର୍ ଏମ୍ଏସ୍ପିକୁ ୨୦୨୬-୨୭ର ୨୧୫୦ ଟଙ୍କାରୁ ୨୨୮୬ ଟଙ୍କାକୁ ବୃଦ୍ଧି କରାଯାଇଛି । ଚଣା ଏମ୍ଏସ୍ପି ୫୮୭୫ ଟଙ୍କାରୁ ୫୯୫୮ ଟଙ୍କାକୁ ବଢ଼ିଛି । କ୍ୟାବିନେଟ୍ ପକ୍ଷରୁ କୁଇଣ୍ଟାଲ ପିଛା ମସୁର ଏମ୍ଏସ୍ପିକୁ ୭୩୯୦ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହାକି ୨୦୨୬-୨୭ରେ ୭୦୦୦ ଟଙ୍କା ଥିଲା ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button