Mahanadi Water Disputes : ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟସ୍ଥତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ, ଯୋଗଦେବେ ଓଡ଼ିଶା-ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୦୧/୧୦: ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟସ୍ଥତାରେ ମହାନଦୀ ବିବାଦ ନେଇ ବୈଠକ ହେବ । ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଯୋଗଦେବେ । ତେବେ ଏହି ବୈଠକ ପୂର୍ବରୁ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି । ଜୋର ଧରିଛି ବୟାନବାଜି । ବିଜେପି ରାଜ୍ୟ ସଭାପତି ତଥା
ରାଜ୍ୟସଭା ସାଂସଦ ମନମୋହନ ସାମଲ କହିଛନ୍ତି, ଏହି ପ୍ରସଙ୍ଗରେ ଅମିତ ଶାହ ମଧ୍ୟସ୍ଥତା କରିଛନ୍ତି । ଦୁଇ ମୁଖ୍ୟମନ୍ତ୍ରୀ ରାଜି ଅଛନ୍ତି । ତେଣୁ ନିଶ୍ଚୟ ସମାଧାନ ହେବ । ବିରୋଧୀ କେସ କାହିଁକି ଫାଇଲ୍ କରିଥିଲେ? କେସ୍ କରି ଓଡ଼ିଶାର ବିକାଶ ବନ୍ଦ କରିବାକୁ ଚେଷ୍ଟା କରୁଥିଲେ । ଆମ ସରକାର ସମାଧାନ ନିଶ୍ଚୟ କରିବେ ବୋଲି ଶ୍ରୀ ସାମଲ କହିଛନ୍ତି ।
ରାଜସ୍ୱ ମନ୍ତ୍ରୀ ସୁରେଶ୍ ପୂଜାରୀ କହିଛନ୍ତି, ଆମେ ସକାରାତ୍ମକ ଅଛୁ । ନିଶ୍ଚୟ ଏହି ବିବାଦର ସମାଧାନର ରାସ୍ତା ବାହାରିବ । ଏ ବିବାଦ ହାଇନଥାନ୍ତା ଯଦି ବିଜେଡି ଟ୍ରିବ୍ୟୁନାଲକୁ ଓହ୍ଲାଇ ନଥାନ୍ତା । ଯେତେବେଳେ ଆମ ସରକାର ଦାୟିତ୍ୱ ନେଲୁ, ସେତେବେଳକୁ ଛତିଶଗଡ଼ ସରକାର ମହାନଦୀରେ ବ୍ୟାରେଜ ନିର୍ମାଣ କରିସାରିଥିଲା ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।
ସୌଜନ୍ୟ ପ୍ରମେୟ




