Shocking news: ୪ ବର୍ଷ ଫ୍ରିଜ୍ରେ ବାପାଙ୍କ ଶବ ; ମୋହ ଯୋଗୁ ସଂସ୍କାର କଲେନି, ଖର୍ଚ୍ଚ ହେଲାଣି ୫୦ ଲକ୍ଷ

ମୁମ୍ବାଇ,୦୧ \୧୦ : ବାପା -ଝିଅ ସମ୍ପର୍କ ଖୁବ୍ ନିବିଡ଼ ଆଉ ନିଆରା । ଏଥିପାଇଁ ଝିଅ ମାନେ ନିଜକୁ ପାପାଙ୍କ ପରୀ ବୋଲି କୁହନ୍ତି । ହେଲେ ଜଣେ ଝିଅଙ୍କର ବାପାଙ୍କ ପ୍ରତି ଭଲପାଇବା ଚରମ ସୀମାରେ ପହଞ୍ଚିଛି । ଯାହା ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ଓ ଚକିତ ହୋଇଯିବେ । ବାପାଙ୍କ ମୃତ୍ୟୁ ପରେ ଶବକୁ ଫ୍ରିଜରେ ଆଜିଯାଏ ସୁରକ୍ଷିତ ରଖିଛନ୍ତି । ୪ ବର୍ଷ ହେଲାଣି ମୋହରେ ଅନ୍ଧ ହୋଇ ସଂସ୍କାରବି କଲେ ନାହିଁ । ଓଲଟି ଖର୍ଚ୍ଚ କଲେଣି ୫୦ ଲକ୍ଷ ଟଙ୍କା । ମୁମ୍ବାଇର ମଲାଡ ଇଷ୍ଟରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।
ମୁମ୍ବାଇର ମଲାଡ ଇଷ୍ଟରେ ଜଣେ ମହିଳା ନିଜର ୮୦ ବର୍ଷୀୟ ବାପାଙ୍କ ମୃତ୍ୟୁ ପରେ ୪ ବର୍ଷ ତାଙ୍କ ଶବକୁ ଫ୍ରିଜରରେ ସୁରକ୍ଷିତ ରଖିଲେ । ପୁଲିସ ଅନୁସାରେ, ବାପାଙ୍କ ସହ ସେ ଭାବନାତ୍ମକ ରୂପେ ଯୋଡ଼ି ହୋଇଥିଲେ । ସେଥିପାଇଁ ତାଙ୍କର ଅନ୍ତିମ ସଂସ୍କାର କଲେ ନାହିଁ । ଶବକୁ ସୁରକ୍ଷିତ ରଖିବାରେ ପରିବାର ୫୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିସାରିଛି । ଜୁନ୍ ୨୦୨୨ରେ ମୃତ୍ୟୁ ପରେ ଶବକୁ ମଲାଡର ଏକ ଡେ-କେୟାର ସେଣ୍ଟରରେ ରଖାଯାଇଥିଲା, ଯାହା ପ୍ରାୟ ମାସେ ପୂର୍ବରୁ ବନ୍ଦ ହୋଇଛି । ମାମଲାରେ କୌଣସି ପ୍ରକାର ଗଡ଼ବଡ଼ କିମ୍ବା ଅପରାଧ ଆଶଙ୍କାଙ୍କୁ ପୁଲିସ ଖଣ୍ଡନ କରିଛି । କର୍କଟ, କିଡ୍ନୀ ଅଚଳ ଓ ବୟସ ସମ୍ବନ୍ଧୀୟ ରୋଗରୁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।
ସୌଜନ୍ୟ ପ୍ରମେୟ




