ରାଜ୍ୟ

Omfed Price Hike: ଦୁଇ ଟଙ୍କା ବଢ଼ିଲା ଓମଫେଡ୍ କ୍ଷୀର ଦର, ଅକ୍ଟୋବର ୪ରୁ ବର୍ଦ୍ଧିତ ଦର ଲାଗୁ ହେବ

ଭୁବନେଶ୍ୱର,୦୨/୧୦: ଓମ୍‌ଫେଡ କ୍ଷୀର ଲିଟର  ପିଛା ଦୁଇ ଟଙ୍କା ବଢିଛି । ଅକ୍ଟୋବର ୪ ତାରିଖରୁ  ଏହି ବର୍ଦ୍ଧିତ ଦର ଲାଗୁ କରାଯିବ । ଫଳରେ ଗ୍ରାହକ  ବଜାରରୁ ଅତିରିକ୍ତ ୨ ଟଙ୍କା ଦେଇ କ୍ଷୀର କିଣିବେ ।

ଓମ୍‌ଫେଡ ପ୍ରିମିୟମ କ୍ଷୀର ଲିଟର ପିଛା ୫୮  ଟଙ୍କାରେ ବିକ୍ରି ହେଉଥିଲା । ଏହା ଏବେ ବଢି  ୬୦ ଟଙ୍କାରେ ପହଞ୍ଚିଛି । ଅର୍ଥାତ ପ୍ୟାକେଟ୍‌ ପିଛା  (୫୦୦ ଗ୍ରାମ ) କ୍ଷୀର ଏବେ ୩୦ ଟଙ୍କାରେ ମିଳିବ ।  ସେହିପରି ଦ୍ୱିତୀୟ ସର୍ବାଧିକ ବିକ୍ରି କ୍ଷୀର ଗୋଲ୍ଟ  ଲିଟର ପିଛା ଦୁଇ ଟଙ୍କା ବଢି ୬୨ ଟଙ୍କାରେ ପହଞ୍ଚିଛି ।  ଗୋଲ୍ଡ ପ୍ଲସ କ୍ଷୀର ୬୬ ଟଙ୍କା ଏବଂ ଟୋନ କ୍ଷୀର ୫୮ ଟଙ୍କାକୁ ବୃଦ୍ଧି ପାଇଛି ।

ଗତକାଲି ଓମ୍‌ଫେଡ୍‌ ପରିଚାଳନା କମିଟି ବୈଠକ ବସିଥିଲା । ଓମ୍‌ଫେଡ୍‌ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତରା  ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କ୍ଷୀର ଦର ବୃଦ୍ଧି ପ୍ରସଙ୍ଗରେ ସବିଶେଷ ଆଲୋଚନା  କରାଯାଇଥିଲା । ବିଶ୍ୱ ବଜାରରେ ତୈଳ ଦରରେ କ୍ରମାଗତ ବୃଦ୍ଧି ଯୋଗୁଁ କୃଷିଜାତ ଦ୍ରବ୍ୟର  ଉତ୍ପାଦନ ଓ ପରିବହନ ଖର୍ଚ୍ଚରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ଏହାକୁ ଦେଖି ସେପ୍ଟେମ୍ବର  ୯ ତାରିଖରେ ଚାଷୀଙ୍କୁ ଦୁଇଟଙ୍କା ଅଧିକ ପ୍ରଦାନ  କରାଯାଇଥିଲା । ହେଲେ ଖୋଦ୍‌ ମନ୍ତ୍ରୀ  କହିଥିଲେ ଯେ, ଓମ୍‌ଫେଡ ଦର ଖାଉଟିଙ୍କ ପାଇଁ ବଢିବ ନାହିଁ । ଓମ୍‌ଫେଡ୍‌ ନିଜ ପକେଟରୁ ଦେବ । ହେଲେ ଆଜି ଦର ବୃଦ୍ଧି ଖାଉଟିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

ଓମ୍‌ଫେଡ ମେ ମାସରେ କ୍ଷୀର ଦର ବଢାଇଥିଲା । ଲିଟର ପିଛା ୩ରୁ ୪ ଟଙ୍କା  ଦର ବୃଦ୍ଧି କରାଯାଇଥିଲା । ହେଲେ ୫ ମାସ ଭିତରେ ପୁଣି ଥରେ ଦର ବଢିଛି । ଫଳରେ ଏହାର ପ୍ରଭାବ ସିଧାସଳଖ ଗ୍ରାହକଙ୍କ ଉପରେ ପଡିଛି । ବର୍ତ୍ତମାନ ପରିବା ଦର ପରେ  କ୍ଷୀର ଦର ହାଣ୍ଡିଶାଳ ଉପରେ ପ୍ରଭାବ ପକାଇଛି । ସେପଟେ କ୍ଷୀର ଦର ବୃଦ୍ଧି ଏବେ ଚା ଖଟି ଉପରେ ପ୍ରଭାବ ପକାଇବ । ପ୍ରଥମ ଚିନି ଓ ଏବେ କ୍ଷୀର ଦର ବୃଦ୍ଧି ଦର ବଢାଇବ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button