ଦେଶ ବିଦେଶ

War: ଯୁଦ୍ଧ ଉତ୍ତେଜନା ବଢ଼ାଉଛି ଆମେରିକା; ୧୦,୦୦୦ ସୈନ୍ୟ ମୁତୟନ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ନଭେମ୍ବର ୩ ତାରିଖ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଇରାନ ଉପରେ ସମ୍ଭାବ୍ୟ ନୂତନ ଆକ୍ରମଣ ନେଇ ଚେତାବନୀ ଦେବା ପରେ ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ଉତ୍ତେଜନା ବଢ଼ିଯାଇଛି।

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ନଭେମ୍ବର ୩ ତାରିଖ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଇରାନ ଉପରେ ସମ୍ଭାବ୍ୟ ନୂତନ ଆକ୍ରମଣ ନେଇ ଚେତାବନୀ ଦେବା ପରେ ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ଉତ୍ତେଜନା ବଢ଼ିଯାଇଛି। ଆମେରିକା ପକ୍ଷରୁ ମଧ୍ୟପ୍ରାଚ୍ୟରେ ତୃତୀୟ ବିମାନବାହୀ ଯୁଦ୍ଧପୋତ (ଏୟାରକ୍ରାଫ୍ଟ କ୍ୟାରିୟର) ସହ ଅତିରିକ୍ତ ୧୦,୦୦୦ ସୈନ୍ୟ ମୁତୟନ କରାଯାଉଛି।

‘ୟୁଏସ୍‌ଏସ୍‌ ଥିଓଡୋର ରୁଜଭେଲ୍ଟ’ ଯୁଦ୍ଧପୋତ ଏହାର ଷ୍ଟ୍ରାଇକ୍ ଗ୍ରୁପ୍ ସୈନ୍ୟମାନଙ୍କୁ ନେଇ ନଭେମ୍ବର ଶେଷ ସୁଦ୍ଧା ମଧ୍ୟପ୍ରାଚ୍ୟରେ ପହଞ୍ଚିବ। ବର୍ତ୍ତମାନ ଏହି ଅଞ୍ଚଳରେ ଅନ୍ୟ ଦୁଇଟି ବିମାନବାହୀ ଯୁଦ୍ଧପୋତ ‘ୟୁଏସ୍‌ଏସ୍‌ ଜର୍ଜ ଏଚ୍‌ଡବ୍ଲ୍ୟୁ ବୁଶ୍‌’ ଏବଂ ‘ୟୁଏସ୍‌ଏସ୍‌ ଜର୍ଜ ୱାସିଂଟନ୍‌‌’ ମୁତୟନ ରହିଛି। ସାଧାରଣତଃ ପ୍ରଶାନ୍ତ ମହାସାଗରରେ ମୁତୟନ ହେଉଥିବା ‘ୟୁଏସ୍‌ଏସ୍‌ ଜର୍ଜ ୱାସିଂଟନ’ ଦୀର୍ଘ ମୁତୟନ ପରେ ‘ୟୁଏସ୍‌ଏସ୍‌ ଆବ୍ରାହାମ ଲିଙ୍କନ’ର ସ୍ଥାନ ନେବା ପାଇଁ ମଧ୍ୟପ୍ରାଚ୍ୟରେ ପହଞ୍ଚିଛି। ଏହି ନୂତନ ମୁତୟନ ଫଳରେ ଆମେରିକାର ନୌସେନା ଉପସ୍ଥିତି ଅସାଧାରଣ ଭାବେ ବୃଦ୍ଧି ପାଇ ୨୦,୦୦୦ରୁ ଅଧିକ ନୌସେନା ସହିତ ଶହ ଶହ ଯୁଦ୍ଧବିମାନ ପହଞ୍ଚିବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button