ଦେଶ ବିଦେଶ
Ladakh Valleys: ଲଦାଖର ୨୮ଟି ରଣନୀତିକ ସ୍ଥାନ ସରକାରୀ ମାନଚିତ୍ରରେ ଚିହ୍ନଟ
କେନ୍ଦ୍ର ସରକାର ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ସହ ପରାମର୍ଶ କରି ସର୍ଭେ ଅଫ୍ ଇଣ୍ଡିଆର ସରକାରୀ ମାନଚିତ୍ରରେ ଏହି ଅଞ୍ଚଳର ୨୮ଟି ରଣନୈତିକ ଏବଂ ଭୌଗୋଳିକ ସ୍ଥାନର ନାମକୁ ମାନକୀକୃତ (ଷ୍ଟାଣ୍ଡାର୍ଡାଇଜ୍) କରିଛନ୍ତି।

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ସହ ପରାମର୍ଶ କରି ସର୍ଭେ ଅଫ୍ ଇଣ୍ଡିଆର ସରକାରୀ ମାନଚିତ୍ରରେ ଏହି ଅଞ୍ଚଳର ୨୮ଟି ରଣନୈତିକ ଏବଂ ଭୌଗୋଳିକ ସ୍ଥାନର ନାମକୁ ମାନକୀକୃତ (ଷ୍ଟାଣ୍ଡାର୍ଡାଇଜ୍) କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ସରକାରୀ ବିବୃତିରେ କୁହାଯାଇଛି ଯେ, ଏହି ସ୍ଥାନଗୁଡ଼ିକର ସଠିକ୍ ଚିହ୍ନଟ ଏବଂ ସେଗୁଡ଼ିକର ନାମ ଓ ଭୌଗୋଳିକ ଗୁରୁତ୍ୱ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ସୌଜନ୍ୟ ସମ୍ବାଦ




