ଦେଶ ବିଦେଶ

e-auction: ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାରର ଇ ନିଲାମ ପ୍ରକ୍ରିୟା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରାଯାଇଥିବା ଅନନ୍ୟ ଉପହାର ଏବଂ କଳାକୃତି ସମ୍ବଳିତ ପ୍ରଧାନମନ୍ତ୍ରୀ ସ୍ମାରକୀର ୮ମ ସଂସ୍କରଣ ବର୍ତ୍ତମାନ ଚାଲୁ ରହିଛି ଏବଂ ଏହାକୁ ୩୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରାଯାଇଥିବା ଅନନ୍ୟ ଉପହାର ଏବଂ କଳାକୃତି ସମ୍ବଳିତ ପ୍ରଧାନମନ୍ତ୍ରୀ ସ୍ମାରକୀର ୮ମ ସଂସ୍କରଣ ବର୍ତ୍ତମାନ ଚାଲୁ ରହିଛି ଏବଂ ଏହାକୁ ୩୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସଂସ୍କରଣରେ ଦିଲ୍ଲୀର ବିବିଧ ଦିଗକୁ ପ୍ରତିଫଳିତ କରୁଥିବା ୩୦ଟି ଭିନ୍ନ ଭିନ୍ନ ସ୍ମାରକୀ ସାମିଲ ରହିଛି। ସର୍ବସାଧାରଣ ନିଲାମ ପାଇଁ ଉଦ୍ଦିଷ୍ଟ ଏହି ସଂଗ୍ରହରେ ବିଭିନ୍ନ ପ୍ରକାରର କଳାକୃତି, ଧାର୍ମିକ ବା ଆସ୍ଥାଭାବ ଜଡ଼ିତ ସାମଗ୍ରୀ, ହସ୍ତଶିଳ୍ପ ସାମଗ୍ରୀ ଏବଂ ବିଭିନ୍ନ ସଂସ୍ଥା ସହ ଜଡ଼ିତ ସ୍ମାରକୀ ରହିଛି, ଯାହା ଅନନ୍ୟ ସ୍ମାରକୀ ଭାବେ ସାଇତି ରଖାଯାଇପାରିବ। ଏହି ନିଲାମରୁ ମିଳିଥିବା ଅର୍ଥ ‘ନମାମି ଗଙ୍ଗେ ପ୍ରକଳ୍ପ’କୁ ପ୍ରଦାନ କରାଯିବ।

ଏହି ୩୦ଟି ସ୍ମାରକୀ ମଧ୍ୟରେ ନଅଟି ଫଟୋ ଫ୍ରେମ୍, ନଅଟି ସ୍ମାରକୀ ଏବଂ ଛଅଟି ମୂର୍ତ୍ତି ଓ ଭାସ୍କର୍ଯ୍ୟ, ପ୍ରତିମା ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ଏହି ସଂଗ୍ରହରେ ଦୁଇଟି ଦିଲ୍ଲୀ ମେଟ୍ରୋ ମଡେଲ୍, କ୍ରୀଡ଼ା ସମ୍ବନ୍ଧୀୟ ଏକ ସ୍ମାରକୀ ସାମଗ୍ରୀ, ଏକ ଚିତ୍ରକଳା ତଥା ବିଭିନ୍ନ କଳା ଓ ହସ୍ତଶିଳ୍ପ ସାମଗ୍ରୀ ମଧ୍ୟ ସାମିଲ ରହିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button