ରାଜ୍ୟ
Earth Again Conference 2026: ଜମି ପାଇଥିବା ମହିଳାଙ୍କ ସମ୍ପର୍କରେ ସରକାରଙ୍କ ନିକଟରେ ତଥ୍ୟ ନାହିଁ!
ପୁନଶ୍ଚ ପୃଥିବୀ ସମ୍ମିଳନୀ ୨୦୨୬ ଆଜି ଠାରୁ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ଉତ୍କଳ ବିଶ୍ବବିଦ୍ୟାଳୟର ଏମ୍କେସିଜି ସଭାଗୃହରେ ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ଏହି ତିନି ଦିନିଆ ସମ୍ମିଳନୀରେ ଏଫ୍ଇଏସ୍ର ବରିଷ୍ଠ କାର୍ଯ୍ୟକ୍ରମ ପରିଚାଳକ ଅପୃୱା ସାଇଲଜା ଯୋଗ...

ଭୁବନେଶ୍ବର: ପୁନଶ୍ଚ ପୃଥିବୀ ସମ୍ମିଳନୀ ୨୦୨୬ ଆଜି ଠାରୁ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ଉତ୍କଳ ବିଶ୍ବବିଦ୍ୟାଳୟର ଏମ୍କେସିଜି ସଭାଗୃହରେ ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ଏହି ତିନି ଦିନିଆ ସମ୍ମିଳନୀରେ ଏଫ୍ଇଏସ୍ର ବରିଷ୍ଠ କାର୍ଯ୍ୟକ୍ରମ ପରିଚାଳକ ଅପୃୱା ସାଇଲଜା ଯୋଗ ଦେଇ କହିଛନ୍ତି, ଜମି ପାଇଥିବା ମହିଳାମାନଙ୍କ ସମ୍ପର୍କରେ ସରକାରଙ୍କ ନିକଟରେ କୌଣସି ତଥ୍ୟ ନଥିବା ଜଣାପଡ଼ିଛି। ସେ କହିଛନ୍ତି, ଜଙ୍ଗଲ ଅଧିକାର ଆଇନ ଅଧୀନରେ ବିଭିନ୍ନ କମିଟି ଗଠନ କରାଯାଇ ସେମାନଙ୍କୁ ଗୋଷ୍ଠୀ ସମ୍ପଦର ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ତେବେ ଏହି କମିଟିଗୁଡ଼ିକ ମଧ୍ୟରୁ କେତେକରେ ମହିଳାମାନେ ନେତୃତ୍ୱ ବା ମୁଖ୍ୟ ଦାୟିତ୍ୱରେ ଅଛନ୍ତି, ସେ ନେଇ ପ୍ରଶାସନ ପାଖରେ କୌଣସି ସ୍ପଷ୍ଟ ହିସାବ ନାହିଁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ସରକାର ସାର୍ବଜନୀନ ତଥା ଉପଲବ୍ଧ କରାନ୍ତୁ ବୋଲି ଦାବି କରିଛନ୍ତି
ସୌଜନ୍ୟ ସମ୍ବାଦ




