ମନୋରଞ୍ଜନ

Casting couch: କାଷ୍ଟିଂ କାଉଚ୍‌କୁ ପ୍ରତ୍ୟାଖ୍ୟାନ

ସିନେମା ଶିଳ୍ପରେ କାଷ୍ଟିଂ କାଉଚ୍‌ କିଛି ନୂଆ କଥା ନୁହେଁ। ବହୁ କଳାକାର ଏହାର ସାମ୍ନା କରିଥିବା‌ ବେଳେ ଟେଲି ଅଭିନେତ୍ରୀ ଲାଭିନା ଟଣ୍ଡନ୍‌ ବି ଏଥରୁ ବାଦ୍‌ ପଡ଼ିନାହାନ୍ତି। ଜି ଟିଭିରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ...

ସିନେମା ଶିଳ୍ପରେ କାଷ୍ଟିଂ କାଉଚ୍‌ କିଛି ନୂଆ କଥା ନୁହେଁ। ବହୁ କଳାକାର ଏହାର ସାମ୍ନା କରିଥିବା‌ ବେଳେ ଟେଲି ଅଭିନେତ୍ରୀ ଲାଭିନା ଟଣ୍ଡନ୍‌  ବି ଏଥରୁ ବାଦ୍‌ ପଡ଼ିନାହାନ୍ତି।  ଜି ଟିଭିରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଯୋଧା ଅକବର’ରେ ରୁକୟା ବେଗମ୍‌ ଭୂମିକାରେ ଅବତୀର୍ଣ୍ଣ ହୋଇ ଦର୍ଶକଙ୍କ ମନ ଜିଣିଥିଲେ ଲାଭିନା। ଜଣେ ସଚ୍ଚୋଟ ଓ ସ୍ପଷ୍ଟବାଦୀ ମହିଳା ଭାବେ ଲାଭିନା ବେଶ୍‌ ପରିଚିତ। ଏକ ସାକ୍ଷାତ୍‌କାରରେ ତାଙ୍କୁ ଦୁଇ ଥର ‘କମ୍ପ୍ରମାଇଜ୍‌ ଅଫର’ ହୋଇଥିବା କଥା ସେ ପ୍ରକାଶ କରିଛନ୍ତି। ଦୁଇଟି ଯାକ ପ୍ରସ୍ତାବକୁ ସେ ପ୍ରତ୍ୟାଖ୍ୟାନ କରି ଆଗକୁ ବଢ଼ିଛନ୍ତି।

ଥରେ ତାଙ୍କୁ ଗୋଟିଏ ଦକ୍ଷିଣ ଭାରତୀୟ ସିନେମାରେ ରୋଲ୍‌ କରିବା ପାଇଁ ଅଫର୍‌ ମିଳିଲା। ସେ ଖୁବ୍‌ ଖୁସି ହୋଇ ପାରିଶ୍ରମିକ କେତେ ଜାଣିବାକୁ ଚାହିଲେ। ଅଫର୍‌ ଦେଇଥିବା ବ୍ୟକ୍ତି ପାରିଶ୍ରମିକ ୫ ଲକ୍ଷ ଓ ସାଲିସ୍‌ କଲେ ୭ ଲକ୍ଷ ବୋଲି କହିବାରୁ ସଚ୍ଚୋଟତା ପାଇଁ ଧନ୍ୟବାଦ ଜଣାଇ ଲାଭିନା ଉକ୍ତ ଅଫର୍‌କୁ ସେଇଠି ପ୍ରତ୍ୟାଖ୍ୟାନ କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button