Flydubai: ଫ୍ଲାଏଦୁବାଇ ଘଟଣାରେ ବଡ଼ ଖୁଲାସା ! ବିମାନ କ୍ରାସ୍ ପାଇଁ ମାଷ୍ଟରପ୍ଲାନ୍ ରଚିଥିଲା ଓମାନୀ କୋ-ପାଇଲଟ୍

ନୂଆଦିଲ୍ଲୀ, ୩।୧୦: ଫ୍ଲାଏଦୁବାଇ ବିମାନରେ ଭାରତୀୟ କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଏକ ବଡ଼ ଖୁଲାସା ହୋଇଛି । ଆକ୍ରମଣକାରୀ କୋ-ପାଇଲଟର ପରିଚୟ ଓମାନର ନାଗରିକ ହମାମ୍ ଅଲ୍-ହମାମୀ ଭାବେ ଚିହ୍ନଟ କରାଯାଇଛି । ସୂଚନା ଅନୁଯାୟୀ, ସେ ସିରିଆରେ ରହିବା ସମୟରେ ଚରମପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ ହୋଇଥିଲା ଏବଂ ସେ ବିମାନକୁ ଇସ୍ରାଏଲରେ କ୍ରାସ୍ କରାଇବାକୁ ଚାହୁଁଥିଲା । ‘ଦ ୱାଲ୍ ଷ୍ଟ୍ରିଟ୍ ଜର୍ନାଲ୍’ ଏବଂ ‘ଫକ୍ସ ନ୍ୟୁଜ୍’ର ରିପୋର୍ଟ ଅନୁଯାୟୀ, ୨୦୨୪ ମସିହାରେ ‘ଓମାନ ଏୟାର’ରେ କୋ-ପାଇଲଟ୍ ଟ୍ରେନି ଭାବେ କାର୍ଯ୍ୟ କରୁଥିବା ବେଳେ ହମାମ୍ ଚରମପନ୍ଥୀ ଇସଲାମିକ୍ ୱେବସାଇଟ୍ ଦେଖୁଥିବା ଧରାପଡ଼ିଥିଲା । ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଓମାନ ଏୟାର ତାକୁ ଉଡ଼ାଣରୁ ସସପେଣ୍ଡ କରି ଅଫିସିଆଲ୍ କାମରେ ଲଗାଇଥିଲା । ଓମାନରୁ ବ୍ୟାନ୍ ହେବା ପରେ ସେ ଦୁବାଇ ପହଞ୍ଚିଥିଲା । ଫ୍ଲାଏଦୁବାଇ ବିନା କୌଣସି ପୃଷ୍ଠଭୂମି ଯାଞ୍ଚରେ ତାକୁ ପାଇଲଟ୍ ଭାବେ ନିଯୁକ୍ତି ଦେଇଥିଲା ।
ସୌଜନ୍ୟ ପ୍ରମେୟ




