Silver buying Trends: ସୁନା ବଦଳରେ ରୁପା, ପାର୍ବଣ ବଜାରରେ ନୂଆ ଟ୍ରେଣ୍ଡ, ୧୦ ଗ୍ରାମ ସୁନା ମୂଲ୍ୟରେ ମିଳୁଛି ୬୫୦ ଗ୍ରାମ ସିଲିଭର

ନୂଆଦିଲ୍ଲୀ,୦୩/୧୦: ପିଢ଼ି ପରେ ପିଢ଼ି ସୁନା ପ୍ରତି ଭାରତୀୟଙ୍କ ମୋହ ରହି ଆସିଛି । ହେଲେ ବଜାରରେ ସୁନା ଆକାଶଛୁଆଁ । ଫଳରେ ଲୋକେ ପୂର୍ବରୁ ଯେଭଳି ସୁନା କିଣିଥିଲେ ସେଭଳି କିଣିବାକୁ ସକ୍ଷମ ହେଉନାହାନ୍ତି । ଅନ୍ୟପଟେ ଏବେ ବଜାରରେ ରୁପା କିଣାର ଏକ ନୂଆ ଧାରା ଦେଖାଯାଇଛି । ଲୋକେ ସୁନା ପରିବର୍ତ୍ତେ ରୁପା ମୁହାଁ ହୋଇଛନ୍ତି । ପାର୍ବଣରେ ଏହି ଧାରା ଆହୁରି ଦୃଢ଼ ହୋଇଛି । ଏହାକୁ ଦେଖି ସୁନା ଦୋକାନୀ ଏବଂ ବ୍ୟବସାୟୀମାନେ ବ୍ୟାପକ ବର୍ଗର ଗହଣା ରେଞ୍ଜ୍ ସହ ଆକର୍ଷଣୀୟ ଅଫର୍ମାନ ଦେଉଛନ୍ତି ।
ପୂର୍ବରୁ ସୁନା ଚମକ ଆଗରେ ରୁପା ଫିକା ପଡ଼ିଥିଲା । ମାତ୍ର ଏବେ ରୁପାରେ ଚମକ ରହିଥିବା କହିଛନ୍ତି ବ୍ୟବସାୟୀ । ବଜାରରେ ଭଳିକି ଭଳି ସ୍ୱତନ୍ତ୍ର ରୁପା ଗହଣା ସାଙ୍ଗକୁ ରୁପାରେ ପ୍ରସ୍ତୁତ ଠାକୁରଙ୍କ ପ୍ରତିମା, ସ୍ମୃତି ଫଳକ ଏବଂ ବିସ୍ତୃତ ବର୍ଗର ଉପହାର ସାମଗ୍ରୀ ଲୋକେ କିଣୁଛନ୍ତି । ଅକ୍ଟୋବର ୧୧ରୁ ନବରାତ୍ରି ଆରମ୍ଭ ହେଉଥିବା ବେଳେ ଏଥର ପାର୍ବଣରେ ରୁପା ଗହଣା ବିକ୍ରି ଏକ ପ୍ରମୁଖ ଅଂଶ ହାସଲ କରିବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ।
ସୌଜନ୍ୟ ପ୍ରମେୟ




