ଖେଳ

IND VS PAK Gold Match: ଅଭିଷେକ-ତିଲକଙ୍କ ବିସ୍ଫୋରକ ବ୍ୟାଟିଂ,ପାକିସ୍ତାନ ଆଗରେ ଭାରତର ରନ୍ ପାହାଡ଼

ନୂଆଦିଲ୍ଲୀ,୦୩/୧୦; ଅଭିଷେକ ଶର୍ମାଙ୍କ ସହ ତିଲକ ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂ । ଦୁହେଁ ଧମାକାଦାର ଅର୍ଦ୍ଧଶତକ ହାସଲ କରିଛନ୍ତି । ପାକିସ୍ତାନ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିଛନ୍ତି ଦୁଇ ବ୍ୟାଟର । ଅଭିଶେକ ୨୦ ବଲରେ ଏବଂ ତିଲକ ୨୧ ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଦୁହିଁଙ୍କ ବ୍ୟାଟିଂ ବିସ୍ଫୋରଣ ବଳରେ ପାକିସ୍ତାନ ଆଗରେ ରନର ପାହାଡ଼ ଛିଡା କରିଛି ପାକିସ୍ତାନ । ଚଳିତ ୨୦ତମ ଏସିଆନ୍ ଗେମ୍ସରେ ଭାରତ ଓ ପାକିସ୍ତାନ ମଧ୍ୟରେ ପୁରୁଷ କ୍ରିକେଟର ସ୍ୱର୍ଣ୍ଣ ପଦକ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚରେ ଟସ୍ ଜିତି ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଆଗରେ ରନର ପାହାଡ଼ ଛିଡ଼ା କିରଛି । ସ୍ୱର୍ଣ୍ଣ ମୁକାବିଲାରେ ପାକିସ୍ତାନ ଆଗରେ ୨୧୨ରନ୍ ବିଜୟ ଲକ୍ଷ୍ୟ ରହିଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ଶ୍ରେୟାସ ଆୟର । ବୈଭବ ସୂର୍ଯ୍ୟବଂଶୀ ଏବଂ ଅଭିଷେକ ଶର୍ମା ଓପନିଂ କରିଥିଲେ । ବୈଭବ ଫ୍ୟାନ୍ସଙ୍କୁ ନିରାଶ କରିଥିଲେ । ସେ ୨ଟି ଛକା ବଳରେ ୯ଟି ବଲ ଖେଳି ୧୫ ରନ୍ କରିଥିଲେ । କିନ୍ତୁ ଅଭିଷେକଙ୍କ ବିସ୍ଫୋରଣ ଦେଖିବାକୁ ମିଳିଥିଲା । ସେ ପାକିସ୍ତାନ ବୋଲରଙ୍କୁ ପ୍ରହାର କରିଥିଲେ । ଚୌକା-ଛକା ବର୍ଷା କରିଥିଲେ । ୨୦ ବଲରେ ବିସ୍ଫୋକ ଅର୍ଦ୍ଧଶତକ ହାସଲ କରିଥିଲେ । ୨୮ ବଲରେ ମୋଟ୍ ୬୧ ରନ୍ କରିଥିଲେ । ଯେଉଁଥିରେ ୩ଟି ଚୌକା ଏବଂ ୭ଟି ଛକା ସାମିଲ । ଅନ୍ୟ ମାନଙ୍କ ମଧ୍ୟରେ ସଞ୍ଜୁ ସାମସନ ନିରାଶ କରିଥିଲେ । ସେ ୪ ବଲ ଖେଳି ୨ ରନ୍ କରିଥିଲେ । ଅଧିକନାୟକ ଶ୍ରେୟାସ ଆୟର ୨୪ ବଲରେ ୨୧ ରନ୍ କରିଥିଲେ । ଯେଉଁଥିରେ ୨ଟି ଚୌକା ରହିଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button